ବର୍ଷକ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ଦର୍ଶନ ଦେବେ ଜଗନ୍ନାଥ ମହାପ୍ରଭୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 10, 2018

ବର୍ଷକ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ଦର୍ଶନ ଦେବେ ଜଗନ୍ନାଥ ମହାପ୍ରଭୁ

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତା ୨୦୨୦ରେ ଅନୁଷ୍ଠିତ ହେବ ଶତାବ୍ଦୀର ପ୍ରଥମ ନାଗାର୍ଜୁନ ବେଶ । ସେହିବର୍ଷ ପଞ୍ଚୁକ ୬ଦିନ ପଡୁଥିବାରୁ ନଭେମ୍ବର ୨୭ ତାରିଖରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବୀର ବେଶ ଦର୍ଶନ କରିବେ ବିଶ୍ୱବାସୀ। ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ମୁଖ୍ୟ ଗଣକ ବାଚସ୍ପତି ଏହି ସୂଚନା ଦେଇଛନ୍ତି। ଫଳରେ ବଢ଼ିଲାଣି ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଉତ୍କଣ୍ଠା। ଏହା ପୂର୍ବରୁ ୧୯୯୩ରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା। ଏହି ବେଶ ଦର୍ଶନ ବେଳେ ଶ୍ରୀମନ୍ଦିରରେ ଦଳାଚକଟା ହୋଇ ଲୋକେ ମୃତାହତ ହୋଇଥିଲେ।

ସୂଚନାଯୋଗ୍ୟ, ୨୦୨୦ ନଭେମ୍ବର ୨୭ରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ। ଦୀର୍ଘ ୨୫ ବର୍ଷ ପରେ ଏହି ବିରଳ ବେଶ ପବିତ୍ର କାର୍ତ୍ତିକ ଦ୍ୱାଦଶୀ ଅର୍ଥାତ୍ ଶୁକ୍ରବାର ଦିନ ଅନୁଷ୍ଠିତ ହେବ ବୋଲି କହିଛନ୍ତି ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ମୁଖ୍ୟ ଗଣକ ବାଚସ୍ପତି ବୈକୁଣ୍ଠନାଥ ନାୟକ।

ଏହି ବେଶ ଭଗବାନ ପର୍ଶୁରାମଙ୍କ ସ୍ମୃତୀ ଚାରଣରେ ଅନୁଷ୍ଠିତ ହୋଇଥାଏ। କିଛି ଗବେଷକଙ୍କ ମତରେ ନାଗା ସାଧୁମାନେ ଏହି ବେଶରେ ଶ୍ରୀକ୍ଷେତ୍ରକୁ ସୁରକ୍ଷା ଦେଇ ଆସୁଥିବାରୁ ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ନାଗା ବେଶରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।

ଏହି ବେଶରେ ଶ୍ରୀ ବିଗ୍ରହମାନେ ଢେଣୁକ, ଅଣ୍ଟାରେ ନାଗା ତାଟି, ଛୁରୀ ସହ ଶୋଲ ତିଆରି ହାଣ୍ଡିଆ ଲଗାଇଥାନ୍ତି। କାନ୍ଧରେ ଧନୁଶର ପୂର୍ଣ୍ଣ ତୂଣୀର ରହିଥାଏ। ଠାକୁରଙ୍କ ନିଶ ଓ ଦାଢ଼ି ମଧ୍ୟ ଏହି ବେଶରେ ଅତ୍ୟନ୍ତ ଆକର୍ଷଣୀୟ ଦେଖାଯାଏ। ଶ୍ରୀ ବଳଭଦ୍ର ଓ ଜଗନ୍ନାଥ ଶ୍ରୀପୟର ଓ ଶ୍ରୀହସ୍ତ ଲାଗି ହେବା ସହ ବାଘ ଛାଲ ବସ୍ତ୍ର ପରିଧାନ କରି ଗଳାରେ ବାଘନଖ ମାଳି ଏବଂ ହରିଡ଼ା ମାଳି ଲାଗି ହୋଇଥାନ୍ତି।

ପୂର୍ବରୁ ଏହି ବେଶ ୧୯୯୩, ୧୯୮୩ ଓ ୧୯୬୬ ମସିହାରେ ଅନୁଷ୍ଠିତ ହୋଇଥିଲା। ୧୯୯୩ ନଭେମ୍ବର ୨୬ରେ ବେଶ ଦର୍ଶନ ସମୟରେ ଶ୍ରୀମନ୍ଦିରରେ ଦଳଚକଟାରେ ୬ଜଣ ଭକ୍ତଙ୍କ ପ୍ରାଣହାନୀ ଘଟିଥିଲା । ଯେହେତୁ ଏହା ଏକ ବିରଳ ଓ ଦୁର୍ଲଭ ବେଶ, ତେଣୁ ୨୦୨୦ରେ ମଧ୍ୟ ଏହି ବେଶରେ ଠାକୁରଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି । ତେବେ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଘୋଷଣା ହୋଇ ନ ଥିଲେ ବି  ଲକ୍ଷ ଲକ୍ଷ ଭକ୍ତ କିପରି ଶୃଙ୍ଖଳିତ ଭାବେ ଏ ବେଶ ଦର୍ଶନ କରିପାରିବେ ସେ ନେଇ ପରିଚାଳନା କମିଟିରେ ଆଲୋଚନା ହେବ ବୋଲି କହିଛନ୍ତି ଗଜପତି ମହାରାଜ।



from OdishaReporter https://ift.tt/2zoZ5nH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages