
ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ସହରର ଲୋକଙ୍କ ଚିନ୍ତାର କାରଣ ପାଲଟିଛନ୍ତି ବୁଲା କୁକୁର। ଯେଉଁଠି ଦେଖିବେ ମାଳ ମାଳ କୁକୁର। ଗାଡି ଚଳାଚଳ ବି ସମ୍ଭବ ହେଉନାହିଁ। ବହୁ ସମୟରେ ଏହି ବୁଲା କୁକୁରଙ୍କ ପାଇଁ ଛୋଟମୋଟ ଦୁର୍ଘଟଣା ଘଟିବାର ନଜରି ରହିଛି। ଦିନ ହେଉ କି ରାତି ବୁଲା କୁକୁରଙ୍କ ଆଡ୍ଡା ରାସ୍ତା ଉପରେ ଜମୁଛି। ଏମାନଙ୍କ ଦୌରାତ୍ମ୍ୟ ରୋକିବା ପାଇଁ ବାରମ୍ବାର ଦାବି ହେଉଥିଲେ ବି କିଛି ଲାଭ ହେଉନାହିଁ। ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବୁଦ୍ଧିଜୀବିଙ୍କ ପକ୍ଷରୁ ପୌରନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଜିଲ୍ଲା ପ୍ରଶାସନକୁ ଏ ନେଇ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହା ମଧ୍ୟରେ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ ହେଉଛି।

from OdishaReporter https://ift.tt/2uem9Rk
No comments:
Post a Comment