ଆସନ୍ତାକାଲି ୧୦ ଦିନିଆ ମଲ୍ଟି ମିଡିଆ ଫଟୋ ପ୍ରଦର୍ଶନୀ, ଉଦ୍‌ଘାଟନ କରିବେ ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 12, 2018

ଆସନ୍ତାକାଲି ୧୦ ଦିନିଆ ମଲ୍ଟି ମିଡିଆ ଫଟୋ ପ୍ରଦର୍ଶନୀ, ଉଦ୍‌ଘାଟନ କରିବେ ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଥଯାତ୍ରା ଉପଲକ୍ଷେ ପୁରୀରେ ଆସନ୍ତାକାଲି ଆରମ୍ଭ ହେଉଛି ୧୦ ଦିନିଆ ମଲ୍ଟି ମିଡିଆ ଫଟୋ ପ୍ରଦର୍ଶନୀ । କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ଆଞ୍ଚଳିକ ଲୋକ ସମ୍ପର୍କ ବ୍ୟୁରୋ ପକ୍ଷରୁ ଏହି ଫଟୋ ପ୍ରଦର୍ଶନୀ ଆୟୋଜନ କରାଯାଉଛି। ଆସନ୍ତାକାଲି ଅପରାହ୍ନ ୫ଟା ବେଳେ ପୁରୀ ବଡଦାଣ୍ଡସ୍ଥିତ ଭୋଳାନାଥ ବିଦ୍ୟାପୀଠ ନିକଟରେ ଏହି ପ୍ରଦର୍ଶନୀ ହେବ। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ସହଯୋଗରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମ ଚଳିତ ମାସ ୧୩ ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦ୍‌ଘାଟନ କରିବେ। ପ୍ରତ୍ୟେକ ଦିନ ଦିନ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲା ରହିବ।

ଓଡିଶା ସମେତ ସମଗ୍ର ଦେଶର ସାମାଜିକ, ଆର୍ଥିକ, ସାଂସ୍କୃତିକ ଓ ଢ଼ାଞ୍ଚାଗତ ବିକାଶ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଗତ ୪୮ ମାସ ମଧ୍ୟରେ ଯେଉଁ ସଫଳତା ଓ ଉପଲବ୍ଧି ହାସଲ କରିଛନ୍ତି, ସେସବୁ ଦୃଶ୍ୟ ଏଥିରେ ପ୍ରଦର୍ଶନ କରାଯିବ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅତିରିକ୍ତ ମହାନିଦ୍ଦେର୍ଶକ (ଓଡିଶା) ରଞ୍ଜନା ଦେବ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ପ୍ରଦର୍ଶନୀ ପରିଚାଳନା କରାଯାଉଛି।



from OdishaReporter https://ift.tt/2zI4V3Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages