ତାଜମହଲ ମାମଲାରେ ସୁପ୍ରିମ କୋର୍ଟ କହିଲେ ଏମିତି କଥା: ଯଦି ସୁରକ୍ଷା ଦେଇପାରୁନାହଁ ତେବେ ଭାଙ୍ଗିଦିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 11, 2018

ତାଜମହଲ ମାମଲାରେ ସୁପ୍ରିମ କୋର୍ଟ କହିଲେ ଏମିତି କଥା: ଯଦି ସୁରକ୍ଷା ଦେଇପାରୁନାହଁ ତେବେ ଭାଙ୍ଗିଦିଅ

ନୂଆଦିଲ୍ଲୀ: ଦୁନିଆର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ତାଜମହଲ ଆମ ଦେଶର ଗୌରବ। ତାଜ୍‌ମହଲ୍‌ ଦେଖିବାକୁ ଦେଶ ବିଦେଶରୁ ବହୁସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ହେଲେ ଆମର ଏହି ଗର୍ବ ଓ ଗୌରବର ପ୍ରତୀକ ଉପରେ ପ୍ରଦୂଷଣର କୁପ୍ରଭାବ ଏବେ ଚିନ୍ତାର କାରଣ ପାଲଟିଛି। ପ୍ରେମର ପ୍ରତୀକ କୁହାଯାଉଥିବା ତାଜମହଲ ଉପରେ ପ୍ରଦୂଷଣର ଭୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୁପ୍ରିମ କୋର୍ଟ ମଧ୍ୟ ଏଥିପାଇଁ ଚିନ୍ତା ବ୍ୟକ୍ତ କରି ଆଜି ତାଜମହଲର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ କ୍ଷେତ୍ରରେ ସରକାରୀ ଅବହେଳାର ଅତି କଟୂ କହିଛନ୍ତି “ଯଦି ତାଜମହଲ ସମ୍ଭାଳି ପାରୁନାହଁ ତେବେ ଭାଙ୍ଗି ଦିଅ। ନହେଲେ ଆମେ ଏହାକୁ ବନ୍ଦ କରିଦେବୁ।”

ସୂଚନା ଅନୁଯାୟୀ, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସଆଇ)ର ଅବହେଳା ଯୋଗୁ ତାଜମହଲର ଆଜି ଏମିତି ଅବସ୍ଥା। ତାଜମହଲ ଉପରେ ପ୍ରଦୂଷଣର କ୍ରମାଗତ ପ୍ରଭାବରେ ଏହା ପ୍ରଥମେ ହଳଦିଆ ଦେଖାଗଲା, ପରେ ମାଟିଆ ଓ ଏବେ ଏହାର ରଙ୍ଗ ଧୀରେ ଧୀରେ ସବୁଜ ଦେଖାଗଲାଣି।ତାଜମହଲର ଚମକ୍ ଧୀରେ ଧୀରେ ଫିକା ପଡ଼ିଯାଉଛି।

ସୁପ୍ରିମ କୋର୍ଟ ବିରକ୍ତି ଭାବ ପ୍ରକାଶ କରି ଏଏସଆଇକୁ କହିଛନ୍ତି,‘ଫ୍ରାନ୍ସର ଆଇଫିଲ ଟାୱାରକୁ ଦେଖିବା ପାଇଁ ପ୍ରତିବର୍ଷ ୮ କୋଟି ଲୋକ ଆସୁଛନ୍ତି। ହେଲେ ତାଜ ମହଲ୍‌କୁ ଦେଖିବା ପାଇଁ କେବଳ ୫୦ ଲକ୍ଷ ପର୍ଯ୍ୟଟକ ଆସୁଛନ୍ତି। ଆପଣମାନେ ତାଜ୍‌ମହଲ୍‌କୁ କି ପର୍ଯ୍ୟଟକମାନଙ୍କୁ ଗମ୍ଭୀର ଭାବେ ନେଉ ନାହାନ୍ତି। ଆପଣମାନଙ୍କ ପାଇଁ ଦେଶର ଅନେକ କ୍ଷତି ହେଉଛି। କାରଣ, ଆପଣମାନେ ତାଜ୍‌ମହଲ୍‌ର ସୁରକ୍ଷା କରିବ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧା ସୁଯୋଗ ଯୋଗାଇଦେବା ବଦଳରେ ଏହାକୁ ବିଗାଡ଼ିବାରେ ଲାଗିପଡ଼ିଛନ୍ତି’।

ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବରୁ ସୁପ୍ରିମ କୋର୍ଟ ଆଦେଶ ଦେଇଥିଲେ ଯେ ତାଜମହଲ ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ହୋଇଥିବାରୁ ଏଠାରେ ନମାଜ ପଢ଼ାଯାଇ ପାରିବ ନାହିଁ। ନମାଜ ପାଇଁ ଅନ୍ୟ ସ୍ଥାନ ବାଛିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

 



from OdishaReporter https://ift.tt/2KM7yGW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages