ସ୍କୁଲ୍ ପାଖ ପୋଖରୀରୁ ମିଳିଲା ରାଜଶ୍ରୀଙ୍କ ମୃତଦେହ: କିଏ ଠେଲିଦେଲା ନା ଗୋଡ଼ ଖସିଗଲା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 11, 2018

ସ୍କୁଲ୍ ପାଖ ପୋଖରୀରୁ ମିଳିଲା ରାଜଶ୍ରୀଙ୍କ ମୃତଦେହ: କିଏ ଠେଲିଦେଲା ନା ଗୋଡ଼ ଖସିଗଲା?

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଜଣେ ସ୍କୁଲ୍ ଛାତ୍ରୀଙ୍କ ମୃତ୍ୟୁକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ ଉତ୍ତେଜନା ଲାଗିରହିଛି। ଏହି ଘଟଣାରେ ସ୍କୁଲ୍‌ର ପ୍ରଧାନ ଶିକ୍ଷୟିତ୍ରୀ କାଞ୍ଚନବାଳା ବେହେରାଙ୍କୁ ନିଲମ୍ବିତ କରାଯାଇଛି। ଏଥିସହିତ ସ୍କୁଲ୍‌ର ଆଉଜଣେ ଶିକ୍ଷକ ଅମରେଶ ଖଟୁଆ ଓ ଶିକ୍ଷୟିତ୍ରୀ ମୋନାଲିସା ବିଶ୍ୱାଳଙ୍କ ଦରମା ମଧ୍ୟ ବନ୍ଦ କରାଯାଇଥିବା ଜଣାପଡ଼ିଛି।

ପୂରା ଘଟଣାଟି ଏହିପରି। ମିଳିଥିବା ଖବର ଅନୁସାରେ, ଗତକାଲି ମାର୍ଶାଘାଇସ୍ଥିତ ମହାକାଳୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ରାଜଶ୍ରୀ ପଟ୍ଟନାୟକ ମଧ୍ୟାହ୍ନ ଭୋଜନ ପରେ ହଠାତ୍ ନିଖୋଜ ହୋଇଯାଇଥିଲେ। ଖବର ଜଣାପଡ଼ିବା ପରେ ସ୍କୁଲ କର୍ତୃପକ୍ଷ ତାଙ୍କୁ ଦିନସାରା ଖୋଜାଖୋଜି କରିଥିଲେ। କିନ୍ତୁ ରାଜଶ୍ରୀଙ୍କର କୌଣସି ଖୋଜ୍‌ଖବର ପାଇ ନ ଥିଲେ। ପରେ ରାତିରେ ଗାଁ ଲୋକମାନେ ସ୍କୁଲ୍ ପାଖ ଏକ ପୋଖରୀରୁ ରାଜଶ୍ରୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏହି ଘଟଣାରେ ଉତ୍ୟକ୍ତ ଗ୍ରାମବାସୀ ସ୍କୁଲ୍‌ରେ ତାଲା ପକାଇ ଦେଇଥିଲେ। ଖବର ପାଇ ମର୍ଶାଘାଇ ପୁଲିସ୍ ଏବଂ ବ୍ଲକ୍‌ ଶି‍କ୍ଷାଧିକାରୀ (ବିଇଓ) ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।

କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଆଜି ବିଇଓ, ସ୍କୁଲ୍ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିବା ସହ ଜଣେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି। ଗାଁ ଲୋକଙ୍କ ଭିତରେ ପ୍ରଶ୍ନ, ବେହୁସିଆର୍ ଯୋଗୁ ରାଜଶ୍ରୀ ପୋଖରୀରେ ବୁଡ଼ି ଯାଇଛନ୍ତି ନା ତାଙ୍କ ମୃତ୍ୟୁ ପଛରେ କୌଣସି ଷଡ଼ଯନ୍ତ୍ର ଅଛି? ଏହାକୁ ନେଇ ସନ୍ଦେହ ବୃଦ୍ଧି ପାଇବାରେ ଲାଗିଛି। ପୁଲିସ୍ ତଦନ୍ତରୁ ହୁଏତ ଏହି ପ୍ରଶ୍ନର ଉତ୍ତର ମିଳିଯାଇ ପାରେ।



from OdishaReporter https://ift.tt/2N7LIKy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages