
ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଘରୋଇ ଜିଲ୍ଲା ସିହୋର ଅନ୍ତର୍ଗତ ଏକ ଗାଁରେ ରଶିରେ ଝୁଲୁଛି ଲୋକଙ୍କ ଜୀବନ। ଏମିତି କହିବାର ଅର୍ଥ, ଏହି ଜିଲ୍ଲାର ଆଲାଉଦିରୁ କୁମଡ଼ାୱଦା ଗାଁକୁ ଯିବା ପାଇଁ ନା କୌଣସି ରାସ୍ତା ଅଛି, ନା ପୋଲ। ଏହି ଗାଁକୁ ପହଞ୍ଚିବାର ଏକମାତ୍ର ମାଧ୍ୟମ ହେଉଛି ରଶି। ଗୋଟେ ଗାଁରୁ ଅନ୍ୟ ଏକ ଗାଁକୁ ଯିବାକୁ ଏଠାରେ କେବଳ ରଶି ସଂଯୋଗ ରହିଛି। ଏହି ରଶି ସାହାଯ୍ୟରେ ଲୋକମାନେ ଏ ଗାଁରୁ ସେ ଗାଁକୁ ଯାତାୟାତ କରନ୍ତି। ଏ ଦୃଶ୍ୟ ଦେଖିଲେ ଲାଗେ ଯେମିତି ଜୀବନ ସର୍କସ ଭଳି ଚାଲିଛି।
ଏହି ଦୁଇ ଗାଁକୁ ସଂଯୋଗ କରିବା ପାଇଁ ଗଛରେ ଦୁଇଟି ମୋଟା ରଶି ଲାଗିଛି। ଗୋଟିଏ ତଳୁଆ ବନ୍ଧା ଯାଇଥିବା ବେଳେ ଆଉ ଏକ ତା’ଉପରେ ବନ୍ଧାଯାଇଛି। ଗୋଟେ ରଶି ଉପରେ ଲୋକେ ଚାଲୁଥିବା ବେଳେ ଅନ୍ୟ ରଶିକୁ ଲୋକେ ଧରି ଧରି ଆଗକୁ ବଢୁଛନ୍ତି। ମହିଳାଠୁ ଆରମ୍ଭ କରି ଶିଶୁ ପର୍ଯ୍ୟନ୍ତ ସମସ୍ତେ ଏହି ବିପଦପୂର୍ଣ୍ଣ ରଶି ଦେଇ ଯାତାୟତ କରୁଛନ୍ତି। କିଛି ଲୋକ ନିଜ ଶିଶୁକୁ କାନ୍ଧରେ ବୋହି ଏହି ରଶି ଉପରେ ଅତି ବିପଦପୂର୍ଣ୍ଣ ଢଙ୍ଗରେ ଯାଉଛନ୍ତି।
ସୂଚନା ଅନୁଯାୟୀ, ୩ ବର୍ଷ ପୂର୍ବରୁ ଏମିତି ଯାତାୟାତ ସମୟରେ ଗୋଟିଏ ଶିଶୁ ତଳେ ପଡ଼ି ବୁଡ଼ି ଯାଇଥିଲା। ଏହି ସମସ୍ୟା ନେଇ ଗାଁ ଲୋକେ ଅନେକ ଥର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।
from OdishaReporter https://ift.tt/2mCtaqx
No comments:
Post a Comment