ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା କାର୍‌, ୩ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା କାର୍‌, ୩ ମୃତ

accident

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ମଧ୍ୟରାତ୍ରିରେ ରାଜଧାନୀ ଭୁବନେଶ୍ୱରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସତସଙ୍ଗ ବିହାର ନିକଟରେ ମୁଖ୍ୟ ରାସ୍ତାରେ ଏକ ଟ୍ରକ୍‌କୁ କାର୍‌ଟିଏ ପଛପଟୁ ଧକ୍କା ଦେଇଥିଲା। ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ କୁମାର ଚନ୍ଦନ, ଦେବାଶିଷ ମିଶ୍ର ଓ ପର୍ଶୁରାମ ହରିଚନ୍ଦନ।

road

କାର୍‌ଟି ଜୟଦେବ ବିହାରରୁ ରସୁଲଗଡ଼ ଆଡ଼କୁ ଦ୍ରୁତ ଗତିରେ ଯାଉଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍‌ର ଆଗପଟ ଚୂରମାର୍ ହୋଇଯାଇଛି। ଏପରିକି କାର୍‌ଟିର କିଛି ଅଂଶରେ ନିଆଁ ଲାଗି ଯାଇଥିଲା। ଏହି ନିଆଁ ମୃତକଙ୍କ ଦେହରେ ଲାଗିଯିବାରୁ ସେମାନେ ମଧ୍ୟ ପୋଡ଼ି ଯାଇଛନ୍ତି।

ସହିଦ ନଗର ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲା। ତେବେ ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।



from OdishaReporter https://ift.tt/2O9KqA7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages