ଅନାସ୍ଥା ଭୋଟ୍‌ ପୂର୍ବରୁ ମୋଦି ସରକାରକୁ ଶିବସେନା ଝଟ୍‌କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

ଅନାସ୍ଥା ଭୋଟ୍‌ ପୂର୍ବରୁ ମୋଦି ସରକାରକୁ ଶିବସେନା ଝଟ୍‌କା

modi-uddhav

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଆଜି ଅନାସ୍ଥା ଭୋଟ୍‌ର ସମ୍ମୁଖୀନ ହେବେ। କେଉଁ ଦଳ ସରକାରଙ୍କ ସପକ୍ଷରେ ଭୋଟ୍ ଦେବେ ଓ କେଉଁ ଦଳ ବିପକ୍ଷରେ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଶିବସେନା ଦେଇଛି ଏକ ବଡ଼ ଝଟ୍‌କା। ଶିବସେନା ସରକାରଙ୍କ ସପକ୍ଷରେ ଭୋଟ୍ ଦେବ ନାହିଁ ବୋଲି ଦଳର ମୁଖପତ୍ର ‘ସାମନା’ରେ ଲେଖାଯାଇଥିବା ଏକ ସ୍ତମ୍ଭରୁ ସଙ୍କେତ ମିଳିଛି। ଏଥିରେ ଉଲ୍ଲେଖ ରହିଛି, “ଏବେ ଦେଶରେ ଏକଛତ୍ରବାଦ ଶାସନ ଚାଲିଛି। ଏହାକୁ ସମର୍ଥନ କରିବା ବଦଳରେ ଆମେ ଲୋକଙ୍କ ସହ ଯିବାକୁ ଚାହିଁବୁ।” ତେବେ ଦଳ ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନାହିଁ ଯେ ଅନାସ୍ଥା ଭୋଟ୍ ବେଳେ ସରକାରଙ୍କ ସାଙ୍ଗରେ ଯିବ ନା ବିରୋଧ କରିବ।

ଗତକାଲି ବିଜେପି ଅଧ୍ୟକ୍ଷ ଅମିତ ଶାହ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ଏହାପରେ ଖବର ଆସିଥିଲା ଯେ ଶିବସେନା ସରକାରଙ୍କୁ ସମର୍ଥନ କରିବ। ହେଲେ ଆଜି ‘ସାମନା’ରେ ପ୍ରକାଶିତ ଲେଖାକୁ ପଢ଼ିଲେ ଲାଗୁଛି ଦଳ ସରକାରଙ୍କୁ ସମର୍ଥନ କରିବ ନାହିଁ।

ଲୋକସଭାରେ ବର୍ତ୍ତମାନ ୧୧ଟି ଆସନ ଖାଲି ପଡ଼ିଛି। ତେଣୁ ଏବେ ଗୃହରେ ମୋଟ ୫୩୨ ଜଣ ସାଂସଦ ଅଛନ୍ତି। ଏହାକୁ ବିଚାରକୁ ନିଆଗଲେ ଆସ୍ଥା ଭୋଟ୍‌ରେ ଜିତିବାକୁ ମୋଦି ସରକାରଙ୍କୁ ୨୬୭ଟି ଭୋଟ୍‌ ଦରକାର। ବିଜେପିର ୨୭୨ଜଣ ସାଂସଦଙ୍କ ସହ ସରକାର ସମର୍ଥନରେ ୨୯୫ ସାଂସଦ ଅଛନ୍ତି। ଶିବସେନାର ୧୮ ଜଣ ସାଂସଦ ରହିଛନ୍ତି। ଦଳ ସମର୍ଥନ କଲେ ମୋଦି ସରକାରଙ୍କ ସପକ୍ଷରେ ୩୧୩ ଜଣ ସାଂସଦଙ୍କ ଭୋଟ୍ ପଡ଼ିବ। ସେହିପରି ଏଆଇଏଡିଏମ୍‌କେର ୩୭ ଜଣ ସାଂସଦ ଅଛନ୍ତି। ତେବେ ଦଳ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବ କି ବିରୋଧ।

ଅନାସ୍ଥା ପ୍ରସ୍ତାବ ସମର୍ଥନରେ ୧୪୭ ଜଣ ସାଂସଦ ଅଛନ୍ତି। ଶିବସେନା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କଲେ ଏହି ସଂଖ୍ୟା ବୃଦ୍ଧି ପାଇ ୧୬୫ରେ ପହଞ୍ଚିବ। ବର୍ତ୍ତମାନ ସୁଦ୍ଧା ୯୦ ଜଣ ସାଂସଦ କ’ଣ କରିବେ ସ୍ପଷ୍ଟ କରିନାହାନ୍ତି।



from OdishaReporter https://ift.tt/2LbQQkn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages