
ମାଲକାନଗିରି (ଜିତେନ୍ଦ୍ର ବେଉରା): ଗତକାଲି ରାତିରୁ ମାଲକାନଗିରି ଜିଲ୍ଲାରେ ବର୍ଷା ଲାଗି ରହିଛି। ଫଳରେ କୋରକୋଣ୍ଡା ଓ ଏମ୍ଭି ୩୭କୁ ସଂଯୋଗ କରୁଥିବା ଏକ ପୋଲ ଉପରେ ୫ ଫୁଟ୍ ଉଚ୍ଚର ପାଣି ବହୁଛି। ଏହାଦ୍ୱାରା ମାଲକାନଗିରି ଓ ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଛି।
ବର୍ଷାର ପାରିମାଣ ବଢୁଥିବାରୁ ପାହାଡ଼ିଆ ନଦୀଗୁଡ଼ିକର ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି। ଫଳରେ ସେହି ଅଞ୍ଚଳର ଲୋକେ ମଧ୍ୟ ଯାତାୟତ କରି ନପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଦି ଏପରି ବର୍ଷା ଲାଗି ରହେ ତେବେ ଜିଲ୍ଲାର ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବ।
from OdishaReporter https://ift.tt/2JJ5OZO
No comments:
Post a Comment