
ମାତ୍ର ୯ବର୍ଷ ବୟସରେ ହରିୟାଣାର ଝିଅ ଜାହ୍ମବୀଙ୍କୁ ‘Wonder girl of India’ର ଟାଇଟଲ୍ ମିଳିଥିଲା। ଏବେ ତାଙ୍କୁ ୧୪ବର୍ଷ ଏବଂ ସେ ବି.ଏ ଦ୍ୱିତୀୟ ବର୍ଷର ଛାତ୍ରୀ ଭାବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ଯେତେବେଳେ କି ତାଙ୍କ ବୟସ ଅନୁସାରେ ସେ ୮ମ ଶ୍ରେଣୀରେ ପଢିବା କଥା । ଜାହ୍ନବୀଙ୍କ ସାଙ୍ଗ ସାଥୀମାନେ ଏବେ ୮ମ ଶ୍ରେଣୀରେ ପଢ଼ନ୍ତି।

ଜାହ୍ନବୀଙ୍କ ଦକ୍ଷତା ବିଷୟରେ ପିଲାଦିନୁ ତାଙ୍କ ବାପା ମାଆ ଜାଣିବାକୁ ପାଇଥିଲେ। ଯେତେବେଳେ ସେ ମାତ୍ର ୧ବର୍ଷର ହୋଇଥିଲେ ସେ ୫୦୦ରୁ ୫୫୦ ଇଂଲିଶ୍ ଶବ୍ଦ ମନେ ରଖିପାରୁଥିଲେ। ଯେତେବେଳ ସେ ୩ବର୍ଷର ହୋଇଗଲେ ସେ ନର୍ସରୀରେ ଆଡମିସନ୍ ନକରି ସିଧା କେଜିରେ ନାଁ ଲେଖାଇଥିଲେ। କାରଣ ନର୍ସରୀରେ ପଢ଼ାଯାଉଥିବା ପାଠ ଜାହ୍ନବୀ ଘରେ ପଢ଼ି ମନେ ରଖୁଥିଲେ। ସ୍କୁଲ୍ରେ ଆଡ୍ମିସନ କରିବା ପରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ମଧ୍ୟ ଜାହ୍ନବୀଙ୍କ ଜ୍ଞାନ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସମସ୍ତ ବିଷୟରେ ଜାହ୍ନବୀ ସମ୍ପୂର୍ଣ୍ଣ ନମ୍ବର ରଖିବାରେ ସକ୍ଷମ ହେଉଥିଲେ। ତେଣୁ ଗୋଟେ ବର୍ଷରେ ସ୍କୁଲ କର୍ତ୍ତୁପକ୍ଷ ଜାହ୍ନବୀଙ୍କୁ ୨ଟି ଶ୍ରେଣୀର ପରୀକ୍ଷା ଦେବାକୁ କହୁଥିଲେ।
ଆର୍ଥିକ ସ୍ତରରେ ଜାହ୍ନବୀଙ୍କ ପରିବାର ଏତେ ଦୃଢ଼ ନଥିଲେ। ପ୍ରଥମେ ଜାହ୍ନବୀଙ୍କ ବାପା ଏକ ପ୍ରାଇଭେଟ୍ ସ୍କୁଲ୍ରେ ପାଠ ପଢାଉଥିଲେ। ଜାହ୍ନବୀଙ୍କ ଜନ୍ମ ହେବାପରେ ସେ ଏକ ସରକାରୀ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଆଜିବି ସେ ସ୍କୁଲକୁ ସାଇକେଲ୍ ଚଲାଇ ଯାଆନ୍ତି।
“ଯେତେବେଳେ ମୋ ସ୍ତ୍ରୀ ଗର୍ଭବତୀ ଥିଲେ। ଗାଁ ଗହଳିର ସବୁ ପରିବାର ପରି ମୋ ଘର ଲୋକ ମଧ୍ୟ ଗୋଟେ ପୁଅର ଆଶା ରଖିଥିଲେ। ଯେତେବେଳେ ଜାହ୍ନବୀ ଜନ୍ମ ନେଲେ କେହି ଏତେଟା ଖୁସି ହେଲେନାହିଁ। କିନ୍ତୁ ମୁଁ ସବୁବେଳେ ମୋ ଝିଅକୁ ମୋର ଗର୍ବ ଓ ଗୌରବ ଭାବି ଆସିଛି। ଝିଅମାନେ ପୁଅ ମାନଙ୍କ ଠାରୁ କୌଣସି କ୍ଷେତ୍ରରେ କମ୍ ବୋଲି ମୁଁ ଭାବେନି” ବୋଲି କହିଛନ୍ତି ଜାହ୍ନବୀଙ୍କ ବାପା ବ୍ରିଜ୍ମୋହନ।
ସେ କହିଛନ୍ତି “ଆମେ ଏକ ତଳିଆ ଅଞ୍ଚଳରେ ରହୁଛୁ। ମୁଁ କିମ୍ବା ମୋ ସ୍ତ୍ରୀ କେହି ଇଂଲିଶ୍ରେ କଥା ହେବା ଜାଣିନୁ। ଜାହ୍ନବୀର ସ୍କୁଲକୁ ଗଲେ ସେଠାରେ ସ୍କୁଲ କର୍ତ୍ତୁପକ୍ଷ ଆମ ସହ ହରିୟାଣ୍ଭି ଭାଷାରେ କଥା ହୁଅନ୍ତି। କାରଣ ଆମେ ଇଂଲିଶ୍ ବୁଝିପାରୁନୁ। ତଥାପି ମୁଁ ଜାହ୍ନବୀକୁ ପଢିବାର ସାହାଯ୍ୟ କରେ। ମୋର ମନେ ଅଛି ସେ ଯେବେ ପ୍ରଥମ ଥର ଲାଲ୍କିଲ୍ଲାରେ ଇଂଲିଶ୍ରେ ବିଦେଶୀ ପର୍ଯ୍ୟଟକଙ୍କ ସହ କଥା ହୋଇଥିଲା। ସେଦିନ ଜାହ୍ନବୀଙ୍କୁ ଦେଖି ମୁଁ ଗର୍ବ ଅନୁଭବ କରିଥିଲି।”
ବ୍ରିଜ୍ମୋହନ ଜାହ୍ନବୀଙ୍କୁ ଇଂଲିଶ୍ ନ୍ୟୁଜ୍ ବୁଲେଟିନ୍ର ଭିଡିଓ ଡାଉନ୍ଲୋଡ କରି ଦେଉଥିଲେ। ଯାହାକୁ ଦେଖିବା ପରେ ଜାହ୍ନବୀ ଅବିକଳ ସେମିତି କଥା ହେଉଥିଲେ। ଆଜି ଜାହ୍ନବୀ ବିଭିନ୍ନ ପ୍ରକାରର ଭାଷା ଯେପରିକି ଇଂଲିଶ୍, ଆମେରିକାନ, ପୋସ୍, ସ୍କଟିଶ୍, ଅଷ୍ଟ୍ରେଲିଆନ୍ ଇଂରାଜୀ ଭାଷାରେ ଭାଷଣ ଦେଉଛନ୍ତି। ଏବେ ସେ ଜଣେ ପ୍ରରଣାବକ୍ତା ଭାବେ ଆଇଏସ୍ ଅଫିସରଙ୍କୁ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଭାଷଣ ଦେଉଛନ୍ତି। ଭାରତର ୮ଟି ଦେଶରେ ସେ ତାଙ୍କ ଭାଷଣ ମାଧ୍ୟମରେ ଲୋକଙ୍କୁ ପ୍ରେରିତ କରିଛନ୍ତି।
ଭବିଷ୍ୟତରେ ସେ ସାମ୍ବାଦିକତାରେ ଡିଗ୍ରୀ ହାସଲ କରି BBCର ଜଣେ ସମାଚାର ପାଠକ(News anchor) ହେବାକୁ ଚାହୁଁଛନ୍ତି।
from OdishaReporter https://ift.tt/2LH3Iys




No comments:
Post a Comment