ଟ୍ରକ୍‌ ଧର୍ମଘଟ ପ୍ରତ୍ୟାହୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

ଟ୍ରକ୍‌ ଧର୍ମଘଟ ପ୍ରତ୍ୟାହୃତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସପ୍ତାହେ ଧରି ଚାଲିଥିବା ଟ୍ରକ୍ ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ଗତକାଲି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଏବଂ ଅଲ୍‌ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (ଏଆଇଏମ୍‌ଟିସି) ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ସଂଘର ବିଭିନ୍ନ ଦାବିକୁ ପୂରଣ କରାଯିବାକୁ ସରକାର ପ୍ରତିଶ୍ରୁତି ଦେବା ପରେ ଗତକାଲିଠୁ ଧର୍ମଘଟ ପ୍ରତ୍ୟାହୃତ ହୋଇଥିବା ଏଆଇଏମ୍‌ଟିସି ପକ୍ଷରୁ ସୂଚନା ଦିଆଯାଇଛି।

ଜାତୀୟ ରାଜପଥରୁ ଟୋଲ୍‌ ଉଚ୍ଛେଦ, ଥାର୍ଡ ପାର୍ଟି ଇନ୍‌ସ୍ୟୁରାନ୍ସ ପ୍ରିମିୟମ ହ୍ରାସ, ଟ୍ରକ୍ ଡ୍ରାଇଭର ଓ ହେଲପର୍‌ଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିବା ଭଳି ୮ ଦଫା ଦାବି ନେଇ ଗତ ୨୦ ତାରିଖରୁ ଏଆଇଏମ୍‌ଟିସି ଆନ୍ଦୋଳନ ଡାକରା ଦେଇଥିଲା। ଦେଶବ୍ୟାପୀ ଏହି ଆନ୍ଦୋଳନ ଯୋଗୁଁ ମାଲ୍ ପରିବହନ ଠପ୍ ହୋଇଯାଇଥିଲା। ଓଡ଼ିଶାର ବିଭିନ୍ନ ଟ୍ରକ୍ ମାଲିକ ସଂଘ ଆନ୍ଦୋଳନକୁ ସମର୍ଥନ କରି ଧର୍ମଘଟରେ ସାମିଲ ହୋଇଥିଲେ। ତେଣୁ ରାଜ୍ୟରେ ବି ମାଲ୍ ପରିବହନ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଥିଲା।

 



from OdishaReporter https://ift.tt/2mNcXPv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages