ବାରମ୍ବାର ଅଘଟଣ ସତ୍ତ୍ୱେ ଚେତା ପଶୁନି: ଆମ୍ବ ଟାକୁଆ ପିଠା ନେଲା ତିନି ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

ବାରମ୍ବାର ଅଘଟଣ ସତ୍ତ୍ୱେ ଚେତା ପଶୁନି: ଆମ୍ବ ଟାକୁଆ ପିଠା ନେଲା ତିନି ଜୀବନ

ନବରଙ୍ଗପୁର (ସନ୍ତୋଷ ପଲାଇ/କାର୍ତ୍ତିକ ମଲ୍ଲିକ/ଟି.ଗୌରୀଶରଙ୍କ): କାନ୍ଦ ବୋବାଳିରେ ଫାଟି ପଡୁଥିଲା ସମଗ୍ର ପରିବେଶ। ୨ ବୋହୂ ଓ ଜଣେ ଝିଅର ମୃତ୍ୟୁ ଉଜାଡ଼ି ଦେଇଛି ସଂସାର। ନବରଙ୍ଗପୁର ଜିଲ୍ଲା ମଇନାପଦର ଗାଁର ଏହି ହସଖୁସିର ପରିବାରକୁ ଢ଼ାଙ୍କି ଦେଇଛି ଦୁଃଖର କଳାବାଦଲ।

ଇତିମଧ୍ୟରେ ଘଟଣାକୁ ବିତିଯାଇଛି ୪୮ ଘଣ୍ଟା ବିତିଲାଣି। ହେଲେ ସରକାରୀ ସ୍ତରରେ ସ୍ପଷ୍ଟ ହୋଇନି ମୃତ୍ୟୁର କାରଣ। କିନ୍ତୁ ପରିବାର ଲୋକେ କହୁଛନ୍ତି, ଆମ୍ବଟାକୁଆରୁ ପ୍ରସ୍ତୁତ ପିଠା ଖାଇବାରୁ ଏଭଳି ଘଟଣା ଘଟିଛି।

ଦୁଇ ବୋହୂଙ୍କ ସହ ୪ଜଣ ମିଶି ୩ ଦିନ ତଳର ବାସି ପିଠା ଖାଇଥିଲେ। ଘରେ ସେମିତି କିଛି ଅଭାବ ଅସୁବିଧା ନଥିଲେ ମଧ୍ୟ ଆମ୍ବଟାକୁଆରୁ ପ୍ରସ୍ତୁତ ପିଠା ବିଷାକ୍ତ ହେବାରୁ ଏଭଳି ଘଟଣା ଘଟିଥିବା କହିଛନ୍ତି ପରିବାର ଲୋକେ। ଗୁରୁତର ଥିବା ଅନ୍ୟ ୬ ବର୍ଷର ଶିଶୁର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

ସେପଟେ ଆଜି ଗାଁକୁ ଯାଇ ସ୍ଥିତିର ଅନୁଧ୍ୟାନ କରିବା ସହ ବିଭିନ୍ନ ଲୋକଙ୍କ ଘରୁ ଆମ୍ବଟାକୁଆ ସବୁ ଜବତ କରିଛି ଜିଲ୍ଲା ପ୍ରଶାସନ।

ଅଭାବରୁ ହେଉ କିମ୍ବା ଅଭ୍ୟାସରୁ ଆମ୍ବଟାକୁଆରୁ ପ୍ରସ୍ତୁତ ଖାଦ୍ୟ ଯେ ଜୀବନ ନେଇଛି, ତାହା ପୂର୍ବ ଘଟଣାରୁ ପ୍ରମାଣିତ ହୋଇସାରିଛି। ଖାଦ୍ୟ ଅଭାବରୁ ୨୦୦୧ରେ ରାୟଗଡ଼ା ଜିଲ୍ଲା କାଶୀପୁର, ୨୦୧୨ ଓ ୨୦୧୩ରେ କୋରାପୁଟ ଲକ୍ଷ୍ମୀପୁର ଓ ୨୦୧୬ ଅଗଷ୍ଟରେ ପୁଣି ରାୟଗଡ଼ା କାଶୀପୁର ବ୍ଲକରେ ମୃତ୍ୟୁର ତାଣ୍ଡବ ରଚିଥିଲା ଆମ୍ବଟାକୁଆ। ଆଉ ଏବେ ଏହି ଘଟଣାର ପୁନରାବୃତ୍ତି ହୋଇଛି ନବରଙ୍ଗପୁର ଜିଲ୍ଲା ମଇନାପଦର ଗାଁରେ।

ତେବେ ଏଠି ପ୍ରଶ୍ନ ଉଠୁଛି, କାହିଁକି ଆମ୍ବ ଟାକୁଆକୁ ଲୋକେ ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି? ବାରମ୍ବାର ଏଭଳି ଘଟଣା ଘଟୁଥିବା ସତ୍ତ୍ୱେ ସରକାରୀ ସଚେତନତାକୁ ବ୍ୟାପକ କରାଯାଇପାରୁନି କାହିଁକି?  ନା ସରକାରୀ ଅଧିକାରୀଙ୍କ ଚାପ ବା ପ୍ରଲୋଭନ ଯୋଗୁ ପରିବାରର କୌଣସି ଅଭାବ ନଥିଲା ବୋଲି ପୀଡ଼ିତ ଲୋକେ ଏବେ କହୁଛନ୍ତି? ଏ ସବୁ ପ୍ରଶ୍ନ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରିବା ସ୍ୱାଭାବିକ।



from Odisha Reporter https://ift.tt/2Ldfzjz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages