କେତେ ସମ୍ପତ୍ତି ଛାଡ଼ି ଯାଇଛନ୍ତି ବାଜପେୟୀ? ଏବେ କିଏ ନେବେ ତା’ର ମାଲିକାନା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

କେତେ ସମ୍ପତ୍ତି ଛାଡ଼ି ଯାଇଛନ୍ତି ବାଜପେୟୀ? ଏବେ କିଏ ନେବେ ତା’ର ମାଲିକାନା?

ନୂଆଦିଲ୍ଲୀ: ଇହ ଜଗତରେ ଆଉ ନାହାନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ। ଏବେ କିନ୍ତୁ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ କେତେ ପରିମାଣର ସମ୍ପତ୍ତି ଛାଡ଼ି ଯାଇଛନ୍ତି ଏବଂ ସେ ସବୁକୁ କିଏ ଭୋଗ କରିବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। କାରଣ ବାଜପେୟୀ ଆଜୀବନ ଅବିବାହିତ ଥିଲେ ମଧ୍ୟ ସେ ଜଣକୁ ପାଳିତା କନ୍ୟା ଭାବେ ପୌଷ୍ୟ କରିଥିଲେ। ତାଙ୍କ ପାଳିତା କନ୍ୟାଙ୍କ ନାଁ ହେଲା ନମିତା।

ଅଟଳ ବିହାରୀଙ୍କ ପିତା ପଣ୍ଡିତ କୃଷ୍ଣ ବିହାରୀ ବାଜପେୟୀ ଜଣେ ଶିକ୍ଷକ ଥଲେ ଓ ମାଆ କୃଷ୍ଣାଦେବୀ ଜଣେ ଗୃହିଣୀ ଥିଲେ। ଅଟଳଙ୍କର ୩ ଜଣ ବଡ଼ଭାଇ ଓ ୩ ଜଣ ବଡ଼ ଭଉଣୀ ଥିଲେ। ତେବେ ୨୦୦୪ରେ ସେ ଲୋକସଭା ନିର୍ବାଚନ ପାଇଁ କରିଥିବା ସତ୍ୟପାଠ ଅନୁସାରେ, ତାଙ୍କ ନାଁରେ ୩୦ ଲକ୍ଷ ୯୯ ହଜାର ୨୩୨ ଟଙ୍କା ୪୧ ପଇସାର ସମ୍ପତ୍ତି ଥିଲା।

ପୂର୍ବତନ ପ୍ରଧାନମନ୍ତ୍ରୀ ଭାବରେ, ଅଟଳଜୀ ମାସକୁ ୨୦ ହଜାର ଟଙ୍କା ପେନ୍‌ସନ୍ ପାଉଥିଲେ। ଏଥିସହ ଅନ୍ୟାନ୍ୟ ସହାୟତା ବାବଦକୁ ୬୦୦୦ ଟଙ୍କା ମିଳୁଥିଲା। ଯଦି ତାଙ୍କ ଅସ୍ଥାବର ସମ୍ପତ୍ତି ଦେଖାଯାଏ, ତେବେ ୨୦୦୪ରେ ସେ ଦେଇଥିବା ସତ୍ୟପାଠରେ, ଦିଲ୍ଲୀର ଇଷ୍ଟ ଅଫ୍‌ କୈଲାସ୍‌ରେ ପ୍ଲଟ୍‌ ନଂ ୫୦୯ ନାମରେ ଏକ ଘର ଥିବା ଉଲ୍ଲେଖ ରହିଛି। ଯାହାର ସେ ସମୟର ମୂଲ୍ୟ ୨୨ ଲକ୍ଷ ଟଙ୍କା ହେବ। ସେହିପରି ଅନ୍ୟାନ୍ୟ ସମ୍ପତ୍ତିକୁ ମିଶାଇ ୨୦୦୪ରେ ବାଜପେୟୀଙ୍କ ପାଖରେ ୨୮ ଲକ୍ଷ ଟଙ୍କା ଥିବା ଶପଥପାଠରେ ଉଲ୍ଲେଖ ରହିଛି।

ଯଦିଓ ଏବେ ତାଙ୍କ ସମ୍ପତ୍ତିର ନିର୍ଦ୍ଦିଷ୍ଟ ହିସାବ ମିଳିନି, ତେବେ ସେ ସବୁକୁ ତାଙ୍କ ପାଳିତା କନ୍ୟା ନମିତା ହିଁ ଭୋଗ କରିବେ। ୨୦୦୫ ସଂଶୋଧିତ ହିନ୍ଦୁ ଉତ୍ତରାଧିକାରୀ ଆଇନ୍‌ ଅନୁସାରେ, ବାଜପେୟୀଙ୍କ ସମ୍ପତ୍ତିର ମାଲିକାନା ପାଳିତା କନ୍ୟା ନମିତା ଓ ଜ୍ୱାଇଁ ରଞ୍ଜନ ଭଟ୍ଟାଚାର୍ଯ୍ୟଙ୍କ ନାମରେ କରାଯାଇଛି।



from Odisha Reporter https://ift.tt/2Pqvgai

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages