ଘରେ ପ୍ରସ୍ତୁତ କରନ୍ତୁ ୟମି ରସଗୋଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ଘରେ ପ୍ରସ୍ତୁତ କରନ୍ତୁ ୟମି ରସଗୋଲା

ଆବଶ୍ୟକ ସାମଗ୍ରୀ: କ୍ଷୀର ବା ସଜ ଛେନା, ଚିନି, ଲେମ୍ବୁ କିମ୍ବା ଭିନେଗାର, ସୁଜି, ଚିନି, ପାଣି, ଖାଇବା ସୋଢ଼ା, ଗୁଜରାତି ଗୁଣ୍ଡ।
rasgullaପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁଲିରେ ଏକ ଡେକ୍‌ଚିରେ କ୍ଷୀର ବସାନ୍ତୁ। କ୍ଷୀର ଫୁଟିଯିବା ପରେ ଛେନା ପ୍ରସ୍ତୁତ କରିବା ପାଇଁ ସେଥିରେ ଭିନେଗାର କିମ୍ବା ଲେମ୍ବୁ ରସ ପକାନ୍ତୁ। କ୍ଷୀର ଛିଣ୍ଡି ଯିବା ପରେ ପ୍ରସ୍ତୁତ ହୋଇଥିବା ଛେନାକୁ ଏକ ସଫା କପଡ଼ାରେ ରଖନ୍ତୁ। ତା’ପରେ ତାକୁ ସେହି କପଡ଼ାରେ ରଖି ଧୋଇ ଦେଇ ଭଲ ଭାବେ ଚିପୁଡ଼ି ପାଣି ବାହାର କରି ଦିଅନ୍ତୁ। ନହେଲେ ଆପଣ ସଜ ଛେନା ସିଧାସଳଖ କିଣି ଆଣିପାରିବେ।
ଏବେ ଏକ ପାତ୍ରରେ ଛେନାକୁ ରଖି ସେଥିରେ ଗୁଜରାତି ଗୁଣ୍ଡ, ଅଳ୍ପ କିଛି ଖାଇବା ସୋଢ଼ା ଓ ଅଳ୍ପ ସୁଜି ପକାଇ ଭଲ ଭାବରେ ଚକଟି କିଛି ସମୟ ରଖିଦିଅନ୍ତୁ। ପରେ ଚକଟା ଛେନାକୁ ରସଗୋଲା ପରି ଗୋଲ ଗୋଲ କରନ୍ତୁ। ଏହାକୁ ଏକ ପ୍ଲେଟ୍‌ରେ ରଖନ୍ତୁ।
Rasgulla-(1)ଶିରା ପ୍ରସ୍ତୁତ କରିବାକୁ ଚୁଲାରେ ଏକ ପ୍ୟାନ୍‌ ବସାଇ ସେଥିରେ ଆବଶ୍ୟକ ମୁତାବକ ପାଣି ଗରମ କରି ଚିନି ପକାନ୍ତୁ। ତାକୁ ଗୋଳେଇ ଗୋଳେଇ ଶିରା ପ୍ରସ୍ତୁତ କରନ୍ତୁ। ଏହାପରେ ସେଥିରେ ଗୁଜରାତି ଗୁଣ୍ଡ ପକାନ୍ତୁ। ଶିରା ଟିକେ ବହଳିଆ ହୋଇ ଆସିଲେ ସେଥିରେ ରସଗୋଲା ପକାଇ ଏପଟ ସେପଟ କରି ଲେଉଟାନ୍ତୁ। ଏବେ ଢାଙ୍କୁଣୀ ଦେଇଦିଅନ୍ତୁ।
ଶିରା ରସଗୋଲାରେ ଭଲ ଭାବେ ମିଶିଯିବା ପରେ ତାକୁ ପ୍ଲେଟ୍‌କୁ କାଢ଼ି ଆଣି ଥଣ୍ଡା କରନ୍ତୁ। ପ୍ରସ୍ତୁତ ହୋଇଗଲା ରସଗୋଲା।



from Odisha Reporter https://ift.tt/2PpQvcy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages