ଗାନ୍ଧିଜୀଙ୍କୁ ଆମେରିକା ଦେବ ସର୍ବୋଚ୍ଚ ନାଗରିକ ସମ୍ମାନ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ଗାନ୍ଧିଜୀଙ୍କୁ ଆମେରିକା ଦେବ ସର୍ବୋଚ୍ଚ ନାଗରିକ ସମ୍ମାନ !

mahatma-gandhi

ନ୍ୟୁୟର୍କ: ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଆମେରିକା ମରଣୋତ୍ତର ସର୍ବୋଚ୍ଚ ନାଗରିକ ସମ୍ମାନ ଦେବ। ଏନେଇ ଆମେରିକାର ଜଣେ ପ୍ରଭାବଶାଳୀ ସାଂସଦ ସୂଚନା ଦେଇଛନ୍ତି। ଗାନ୍ଧିଜୀଙ୍କୁ ‘କଂଗ୍ରେସନାଲ୍‌ ସ୍ୱର୍ଣ୍ଣ ପଦକ’ ଦିଆଯିବାକୁ ଏକ ଐତିହାସିକ ଆଇନ୍‌ ସଂସଦକୁ ଆସିବ ବୋଲି ସେ କହିଛନ୍ତି।

ସାରା ଦୁନିଆରେ ସାଧାରଣ ଲୋକଙ୍କ ଅଧିକାର ପାଇଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇବାର ପ୍ରେରଣା ଦେଇଥିବାରୁ ଗାନ୍ଧିଜୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବାକୁ ପ୍ରସ୍ତାବ ଅଣାଯିବ ବୋଲି ସେ କହିଛନ୍ତି।

ନ୍ୟୁୟର୍କରେ କଂଗ୍ରେସ୍‌ ସାଂସଦ କାରୋଲିନ୍‌ ମାଲୋନୀ ୩୮ତମ ଭାରତ ଦିବସ ପ୍ୟରେଡରେ ଏହି ଘୋଷଣା କରିଛନ୍ତି।

ଆସନ୍ତାକାଲି ନ୍ୟୁୟର୍କରେ ଭାରତର ସ୍ୱାଧୀନତା ଦିବସ ବାର୍ଷିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ଯୋଗଦେଇ ମାଲୋନୀ କହିଥିଲେ, “ଗାନ୍ଧିଙ୍କ ଅହିଂସା ନୀତିକୁ ଆପଣାଇ ବହୁ ଲୋକ ଏହି ପଦକ ପାଇସାରିଛନ୍ତି। ଯେମିତି ମାର୍ଟିନ ଲୁଥର କିଙ୍ଗ ଜୁନିୟର ଏବଂ ନେଲସନ୍‌ ମାଣ୍ଡେଲା।”

ସେ କହିଛନ୍ତି, “ଏନେଇ ଶୀଘ୍ର ଆଇନ ଆଣିବାକୁ ମୁଁ ପ୍ରସ୍ତାବ ଦେବି। ଆଶା ରଖିଛି, ଏହା ସଫଳ ହେବ।”

ସୂଚନାଯୋଗ୍ୟ, ‘କଂଗ୍ରେସ୍‌ ସ୍ୱର୍ଣ୍ଣ ପଦକ’ ପାଇବାରେ ପ୍ରଥମ ଭାରତୀୟ ହେବେ ମହାତ୍ମା ଗାନ୍ଧି। ପୂର୍ବରୁ ଆମେରିକାର ପ୍ରଥମ ରାଷ୍ଟ୍ରପତି ଜର୍ଜ ୱାସିଂଟନ୍‌, ମଣ୍ଡେଲା, ଲୁଥର କିଙ୍ଗ, ମଦର ଟେରେସା ଏବଂ ନାଗରିକ ଅଧିକାରୀ କର୍ମୀ ରୋଜା ପାର୍କ୍ସ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି।



from Odisha Reporter https://ift.tt/2nT7veE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages