ଥମୁନି ଜନନୀ ଯନ୍ତ୍ରଣା: ପୁଣି ଖଟିଆରେ ବୁହା ହେଲେ ପ୍ରସୂତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 26, 2018

ଥମୁନି ଜନନୀ ଯନ୍ତ୍ରଣା: ପୁଣି ଖଟିଆରେ ବୁହା ହେଲେ ପ୍ରସୂତି

Nabarangpur

ଉମରକୋଟ(ଓଡ଼ିଶା ରିପୋର୍ଟର): ଗାଁକୁ ରାସ୍ତା ନଥିବାରୁ ଆସି ପାରିଲା ନାହିଁ ୧୦୨ ଆମ୍ୱୁଲାନ୍ସ। ତେଣୁ ଶେଷରେ ଖଟିଆରେ ବୁହା ହେଲେ ପ୍ରସୂତି। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଙ୍ଗା ବ୍ଲକ୍‌ ତାରାଯୋଡ଼ି ଗାଁରେ।

ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ବେଳେ ମନସାଏ ସାନ୍ତାଙ୍କ ସ୍ତ୍ରୀ କୈଶୁଳ୍ପାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ଯନ୍ତ୍ରଣା ଅଧିକ ହେବାରୁ ପରିବାର ଲୋକେ ଗାଁର ଆଶାକର୍ମୀଙ୍କୁ  ଖବର ଦେଇଥିଲେ। ଏହାପରେ ଆଶାକର୍ମୀ ୧୦୨ ଆମ୍ୱୁଲାନ୍ସକୁ ଖବର ଦେଇଥିଲେ। ହେଲେ ରାସ୍ତା ଖରାପ ଥିବାରୁ ଆମ୍ୱୁଲାନ୍ସ ଗାଁକୁ ଯାଇ ନପାରି ସରିସିଆଗୁଡ଼ା ଛକଠାରେ ରହିଥିଲା।

ଫଳରେ ବର୍ଷା ସତ୍ତ୍ୱେ ପରିବାର ଲୋକେ କୈଶୁଳ୍ପାଙ୍କୁ ଏକ ଖଟିଆରେ ବୋହି ଆମ୍ବୁଲାନ୍ସ ଥିବା ସ୍ଥାନକୁ ଯାଇଥିଲେ। ତେବେ ପାଖାପାଖି ୨ କିଲୋମିଟର ଗଲା ପରେ ବାଟରେ ସେ ଏକ ପୁତ୍ର ସନ୍ତାନକୁ ପ୍ରସବ କରିଥିଲେ। ଏହାପରେ ସରିସିଆଗୁଡ଼ା ଛକଠାରେ ଥିବା ଆମ୍ୱୁଲାନ୍ସରେ ସାହାଯ୍ୟରେ ମାଆଛୁଆଙ୍କୁ ଇଚ୍ଛାପୁର ସ୍ଥିତ ଡାକ୍ତରଖାନାକୁ ଅଣା ଯାଇଥିଲା।



from Odisha Reporter https://ift.tt/2wbDqeI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages