
ନୂଆଦିଲ୍ଲୀ: କେରଳ ଭୟଙ୍କର ବନ୍ୟାର ଶିକାର ହୋଇଛି। ଏବେ ବିଭିନ୍ନ ବର୍ଗରୁ ଏଠାକାର ବନ୍ୟାପୀଡ଼ିତଙ୍କ ପାଇଁ ସାହାଯ୍ୟର ସୁଅ ଛୁଟୁଛି। ଏଥିରେ ସୁପ୍ରିମ୍କୋର୍ଟର ବିଚାରପତିମାନେ ମଧ୍ୟ ସାମିଲ ହୋଇଛନ୍ତି। ଦେଶର ସର୍ବୋଚ୍ଚ କୋର୍ଟର ବିଚାରପତିମାନେ କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଅର୍ଥ ଦାନ କରିଛନ୍ତି। ତେବେ ଏତିକିରେ ସେମାନେ ଦାୟିତ୍ୱ ଶେଷ କରି ଦେଇ ନାହାନ୍ତି।
କେରଳର ବନ୍ୟାପୀଡ଼ିତଙ୍କ ସକାଶେ ପାଣ୍ଠି ଯୋଗାଡ଼ କରିବାକୁ ଏକ କାର୍ଯ୍ୟକ୍ରମର ଅୟୋଜନ କରାଯାଇଛି। ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ୱାରା ସୁପ୍ରିମ୍କୋର୍ଟରୁ ଖବର ସଂଗ୍ରହ କରିବା ପାଇଁ ନିଯୁକ୍ତ ସାମ୍ବାଦିକମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହା ସୋମବାର ଅନୁଷ୍ଠିତ ହେବ। ଏଥିରେ ସୁପ୍ରିମ୍କୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ୍ କେ.ଏମ୍ ଯୋଶେଫ୍ ଗୀତ ଗାଇବେ। ସେ ଦୁଇଟି ଗୀତ ଗାଇବେ। ଗୋଟିଏ ଗୀତ ହିନ୍ଦୀରେ ଓ ଅନ୍ୟଟିକୁ ମାଲାୟାଲମ୍ ଭାଷାରେ ଗାଇବେ।
ନିକଟ ଅତୀତରେ ଜଣେ ସୁପ୍ରିମ୍କୋର୍ଟ ବିଚାରପତି କେବେ କୌଣସି ସାଧାରଣ ଉତ୍ସବରେ ଗୀତ ଗାଇଥିବାର ନଜିର ନାହିଁ।
ଏହି କାର୍ଯ୍ୟକ୍ରମରେ ଗାୟକ ମୋହିତ ଚୌହାନ୍ ବି ଗୀତ ପରିବେଷଣ କରିବେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।
from Odisha Reporter https://ift.tt/2PFzkUm
No comments:
Post a Comment