
ଲକ୍ଷ୍ନୌ: ଉତ୍ତର ପ୍ରଦେଶର କିଛି ବରିଷ୍ଠ ବିଜେପି ନେତା ଗତକାଲି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ସାଂସଦ ଓ ବିଧାୟକ ମଧ୍ୟ ଥିଲେ।
ଶନିବାର ସନ୍ଧ୍ୟାରେ ଉତ୍ତର ପ୍ରଦେଶର ପୂର୍ବତନ ବିଜେପି ଅଧ୍ୟକ୍ଷ ରାମପତି ରାମ ତ୍ରିପାଠୀ, ସାଂସଦ ହରିଶ ଦ୍ୱିବେଦୀ, ବିଧାୟକ ରାମ ଚୌଧରୀଙ୍କ ସହ ଦଳର ଆଉ କିଛି ବରିଷ୍ଠ ନେତା ଓ ଏସ୍ପି ଦିଲ୍ଲୀପ କୁମାର ପ୍ରମୁଖ ବସ୍ତି ଜିଲ୍ଲାର ଏକ ନଦୀକୁ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥିକୁ ବିସର୍ଜନ କରିବାକୁ ଯାଇଥିଲେ। ସେମାନେ ଡଙ୍ଗାରେ ନଦୀ ଭିତରକୁ ଯାଉଥିଲେ। ତେବେ କୂଳରୁ ଅଳ୍ପ ଦୂରରେ ଡଙ୍ଗାଟି ଓଲଟି ପଡ଼ିଥିଲା। ଡଙ୍ଗା ଓଲଟି ପଡ଼ିବା ମାତ୍ରେ ପୁଲିସ୍ କର୍ମଚାରୀମାନେ ନଦୀକୁ ଡେଇଁ ସେମାନଙ୍କୁ ରକ୍ଷା କରିଥିଲେ।
ଅଧିକ ଲୋକ ହୋଇଯିବାରୁ ଡଙ୍ଗାଟି ଓଲଟି ପଡ଼ିଥିବା କୁହାଯାଉଛି।
ବସ୍ତି ଜିଲ୍ଲାପାଳ ରାଜ୍ ଶେଖର କହିଛନ୍ତି ଯେ ଘଟଣାଟି ନଦୀ କୂଳରେ ଘଟିଥିଲା। ତେଣୁ କୌଣସି ବଡ଼ ଅଘଟଣ ଘଟି ନଥିଲା। ଯେଉଁମାନେ ନଦୀରେ ଖସି ପଡ଼ିଥିଲେ ସେମାନଙ୍କୁ ତୁରନ୍ତ କୂଳକୁ ଅଣାଯାଇଥିଲା।
from Odisha Reporter https://ift.tt/2MOfNlT
No comments:
Post a Comment