
ମୁମ୍ବାଇ: ଗତ କିଛି ଦିନ ଧରି ଟେଲିଭିଜନ୍ ସ୍କ୍ରିନ୍ରୁ କମେଡି କିଙ୍ଗ୍ କପିଲ୍ ଶର୍ମା ଗାଏବ୍ ହୋଇଯାଇଛନ୍ତି। ସୋନି ଟେଲିଭିଜନରେ ପ୍ରସାରିତ ‘ଦି ଫ୍ୟାମିଲି ଟାଇମ୍ ୱିଥ୍ କପିଲ’ ଶୋ’ ପରେ ଆଉ ତାଙ୍କୁ ପରଦାରେ ଦେଖିବାକୁ ମିଳୁନାହିଁ।
ପୂର୍ବରୁ ଶୁଣାଯାଉଥିଲା, କପିଲ୍ଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନାହିଁ ଏବଂ ସେ ଚିକିତ୍ସା ପାଇଁ ବିଦେଶ ଯାଇଛନ୍ତି। ଏବେ କିନ୍ତୁ ଯାହା ସୂଚନା ମିଳୁଛି, କପିଲ୍ ପରଦାକୁ ଧମକାଦାର୍ ରି ଏଣ୍ଟ୍ରି କରିବାକୁ ଯାଉଛନ୍ତି। ତେବେ ଏଥର ବଡ଼ ପରଦାରେ।
କପିଲ୍ ଏସମ୍ପର୍କରେ ନିଜେ ସୂଚନା ମଧ୍ୟ ଦେଇଛନ୍ତି। ଇନ୍ଷ୍ଟାଗ୍ରାମରେ ସେ ନିଜର ଆଗାମୀ ଫିଲ୍ମ ‘ସନ୍ ଅଫ୍ ମନଜିତ୍ ସିଂହ’ ସମ୍ପର୍କରେ ଘୋଷଣା ମଧ୍ୟ କରିଛନ୍ତି।
ଇନ୍ଷ୍ଟାଗ୍ରାମରେ କପିଲ୍ ଫିଲ୍ମ୍ର ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଅକ୍ଟୋବର ୧୨ରେ ଏହି ଫିଲ୍ମ ରିଲିଜ୍ ହେବାକୁ ଯାଉଛି ବୋଲି କପିଲ୍ ତାଙ୍କ ପୋଷ୍ଟିଂରେ କହିଛନ୍ତି।
ସୂଚନାଯୋଗ୍ୟ, ନିକଟରେ କପିଲ୍ଙ୍କ କିଛି ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଥିଲା। ଫଟୋରେ କପିଲ୍ଙ୍କୁ ଚିହ୍ନିବା ବି ସହଜ ନଥିଲା। ଫଟୋଟିରେ କପିଲ୍ଙ୍କ ଆଖି ତଳେ କଳା ଦାଗ ଏବଂ ପୂର୍ବ ଅପେକ୍ଷା ତାଙ୍କ ଓଜନ ବଢିଥିବା ଜଣାପଡ଼ୁଥିଲା। ଶୋ’ ବନ୍ଦ ହେବାପରେ ସେ ଡିପ୍ରେସନ୍ରେ ଥିଲେ ଏବଂ ଏଥିପାଇଁ ତାଙ୍କର ଚିକିତ୍ସା ଚାଲିଥିବା ମଧ୍ୟ ଶୁଣିବାକୁ ମିଳିଥିଲା।
from Odisha Reporter https://ift.tt/2MMwcaH
No comments:
Post a Comment