ପ୍ରଣବଙ୍କ ପରେ ରାହୁଲଙ୍କୁ ନିମନ୍ତ୍ରଣ କରିବ ଆରଏସ୍‌ଏସ୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 27, 2018

ପ୍ରଣବଙ୍କ ପରେ ରାହୁଲଙ୍କୁ ନିମନ୍ତ୍ରଣ କରିବ ଆରଏସ୍‌ଏସ୍‌ !

ନୂଆଦିଲ୍ଲୀ: ଆସନ୍ତାମାସରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌) ପକ୍ଷରୁ ଆୟୋଜିତ ହେଉଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସଂଘ ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନିମନ୍ତ୍ରଣ କରାଯିବ। ରାହୁଲ ପ୍ରତିଟି ପ୍ରସଙ୍ଗରେ ଆର୍‌ଏସ୍‌ଏସ୍‌କୁ ଦାୟୀ କରୁଥିଲେ ହେଁ ସଂଘର ମୁଖ୍ୟ ମୋହନ ଭାଗବତ ତାଙ୍କୁ କାର୍ଯ୍ୟକ୍ରମରେ ଯୋଗଦେବାକୁ ସମ୍ମାନର ସହ ନିମନ୍ତ୍ରଣ କରିବେ ବୋଲି ଆଜି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

ରାହୁଲଙ୍କ ବ୍ୟତୀତ ଆର୍‌ଏସ୍‌ଏସ୍‌ ସଂଗଠନ ଓ ତା’ର ଆଦର୍ଶକୁ ସର୍ବଦା ସମାଲୋଚନା କରୁଥିବା ସିପିଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କୁ ମଧ୍ୟ ସଂଘ ପକ୍ଷରୁ ନିମନ୍ତ୍ରଣ କରାଯିବ।

ଏହି ୩ ଦିନଆ କାର୍ଯ୍ୟକ୍ରମରେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ବିଭିନ୍ନ ପ୍ରସଙ୍ଗରେ ଅନ୍ୟମାନଙ୍କୁ ଉଦ୍‌ବୋଧନ ଦେବା ସହ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବେ। ତେଣୁ ଏହି କାର୍ଯ୍ୟକ୍ରମରେ ଆର୍‌ଏସ୍‌ଏସ୍‌ ଆଦର୍ଶକୁ ବିରୋଧ କରୁଥିବା ଲୋକଙ୍କୁ ନିମନ୍ତ୍ରଣ କରାଯିବାର ଯୋଜନା ରହିଛି ବୋଲି ଜଣେ ବରିଷ୍ଠ ସ୍ୱୟଂ ସେବକ ସଂଘର ସଦସ୍ୟ କହିଛନ୍ତି।

ଆସନ୍ତା ୧୭ରୁ ୧୯ ଯାଏ ବିଜ୍ଞାନ ଭବନରେ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଆର୍‌ଏସ୍‌ଏସ୍‌ ପ୍ରଚାର ପ୍ରମୁଖ ଅରୁଣ କୁମାର କହିଛନ୍ତି, “ ପ୍ରଥମଥର ପାଇଁ ସଂଘ ପକ୍ଷରୁ ୩ ଦିନିଆ ଲେକ୍‌ଚର ସିରିଜ୍‌ କାର୍ଯ୍ୟକ୍ରମ ଆୟୋଜନ କରୁଛି। ଏଥିରେ ସଂଘର ମୁଖ୍ୟ ମୋହନ ଭାଗବତ ‘ଫ୍ୟୁଚର ଅଫ୍‌ ଭାରତ:ୟାନ୍ ଆର୍‌ଏସ୍‌ଏସ୍‌ ପର୍ସପେକଟିଭ୍‌’ ଶୀର୍ଷକ କାର୍ଯ୍ୟକ୍ରମରେ ନିଜର ମତ ରଖିବେ।

“ଏହି ସମୟରେ ଶ୍ରୀ ଭାଗବତ ସାଧାରଣ ଓ ନିମନ୍ତ୍ରିତ ଲୋକଙ୍କ ସହ ଭାବବିନିମୟ କରି ସେମାନଙ୍କ ପ୍ରଶ୍ନର ଉତ୍ତର ଦେବେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଓ ବିରୋଧୀ ଆଦର୍ଶର ଲୋକଙ୍କୁ ମଧ୍ୟ ସାମିଲ କରାଯିବ। ସମଗ୍ର ଦେଶର ଯେ କୌଣସି ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ।”

ଆର୍‌ଏସ୍‌ଏସ୍‌ କ’ଣ ରାହୁଲ ଗାନ୍ଧିଙ୍କୁ ନିମନ୍ତ୍ରଣ କରିବ କି ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ କୁମାର କହିଛନ୍ତି, “ବର୍ତ୍ତମାନ ଯାଏ ଅତିଥି ତାଲିକା ଚୂଡ଼ାନ୍ତ ହୋଇନାହିଁ। କିନ୍ତୁ ସଂଘ ବିଭିନ୍ନ ରାଜନୀତିକ ଦଳ ଓ ଧର୍ମ ସଂପ୍ରଦାୟର ଲୋକଙ୍କୁ କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରିବ।”

ପୂର୍ବରୁ ଆର୍‌ଏସ୍‌ଏସ୍‌ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ମଧ୍ୟ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲା।



from Odisha Reporter https://ift.tt/2wrvipI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages