
ଶ୍ରୀନଗର: ଶ୍ରୀନଗର ହୋଟେଲ୍ କାଣ୍ଡରେ ମେଜର୍ ଲିଟୁଲ୍ ଗୋଗୋଇଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ପାଇଁ କୋର୍ଟ୍ ଅଫ୍ ଇନ୍କ୍ୱାରୀ(ସିଓୱାଇ) ନିର୍ଦ୍ଦେଶ ଦେଇଛି। ଡ୍ୟୁଟି ସମୟରେ ଗୋଗୋଇ କାର୍ଯ୍ୟକ୍ଷେତ୍ରରେ ଉପସ୍ଥିତ ନ ରହି ସ୍ଥାନୀୟ ଲୋକଙ୍କ ସହିତ ମିଳାମିଶା ବଢ଼ାଇବା ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ଏହି ଘଟଣାରେ ଗୋଗୋଇଙ୍କୁ କୋର୍ଟ୍ ମାର୍ଶଲ୍ର ସାମ୍ନା କରିବାକୁ ପଡ଼ିପାରେ।
ମିଳିଥିବା ଖବର ଅନୁସାରେ ଡ୍ୟୁଟି ସମୟରେ ଗୋଗୋଇ କାର୍ଯ୍ୟକ୍ଷେତ୍ରରେ ଉପସ୍ଥିତ ନ ରହିବା ଓ ସ୍ଥାନୀୟ ମହିଳାଙ୍କ ସହିତ ବେଆଇନ୍ ଭାବେ ମିଳାମିଶା ବଢ଼ାଇବା କାରଣରୁ କୋର୍ଟ୍ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶ ଥାଉକି, ମେଜର୍ ଗୋଗୋଇ ଏଇ ବର୍ଷ ମେ ୨୩ ତାରିଖରେ ଜାମ୍ମୁ-କାଶ୍ମୀରର ଶ୍ରୀନଗର୍ରେ ହୋଟେଲ୍ ମମତାରେ ଜଣେ ଯୁବତୀଙ୍କ ସହିତ ଧରାପଡ଼ିଥିଲେ। ଏହାପରେ ଏହି ଘଟଣାରେ ତଦନ୍ତ କରିବାକୁ ସେନା ପକ୍ଷରୁ କୋର୍ଟ ଅଫ୍ ଇନ୍କ୍ୱାରୀ ଆଦେଶ ଦିଆଯାଇଥିଲା।
from Odisha Reporter https://ift.tt/2MPkJqV
No comments:
Post a Comment