ବିବାହରେ ବିଳମ୍ବ ହଉଛି କି? ଏହି ୬ଟି ଉପାୟ ଆପଣାନ୍ତୁ,ଦେଖନ୍ତୁ, ଆଗକୁ କ’ଣ ଘଟୁଛି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

ବିବାହରେ ବିଳମ୍ବ ହଉଛି କି? ଏହି ୬ଟି ଉପାୟ ଆପଣାନ୍ତୁ,ଦେଖନ୍ତୁ, ଆଗକୁ କ’ଣ ଘଟୁଛି ?

marriage

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ବୟସ ଗଡ଼ି ଯାଉଥିଲେ ବି ବିବାହ ହୋଇ ପାରୁନାହିଁ। ଏହାର ବିଭିନ୍ନ କାରଣ ଥିଲେ ବି ଅନେକଙ୍କ କ୍ଷେତ୍ରରେ ବାସ୍ତୁ ଦୋଷ ଯୋଗୁ ଏପରି ହେଉଥିବା କୁହାଯାଏ।

ଆପଣଙ୍କ କ୍ଷେତ୍ରରେ ଯଦି ବାସ୍ତୁ ଦୋଷ ଯୋଗୁ ବିବାହରେ ବିଳମ୍ବ ହେଉଥିବ, ତେବେ ଚିନ୍ତା କରନ୍ତୁ ନାହିଁ। ଏହି ୬ଟି ଉପାୟ ଆପଣାନ୍ତୁ, ଦେଖିବେ ବିବାହଜନିତ ବାସ୍ତୁ ଦୋଷ କଟିଯିବ।

ଏବେ ଆସନ୍ତୁ ଶୁଣିବା, କ’ଣ ସବୁ ସେହି ଉପାୟ।

sleepଶୋଇବାର ଦିଗ ବଦଳାନ୍ତୁବାସ୍ତୁଶାସ୍ତ୍ର ଅନୁସାରେ, ବିବାହଯୋଗ୍ୟ ପୁଅ କିମ୍ବା ଝିଅ ଦକ୍ଷିଣ କିମ୍ବା ଦକ୍ଷିଣ  ପଶ୍ଚିମ ଦିଗ ପଟକୁ ମୁହଁ କରି ଶୋଇବା ଉଚିତ୍‌ ନୁହେଁ। ଏହି ଦିଗ ପଟକୁ ମୁହଁ କରି ଶୋଇଲେ, ବିବାହରେ ବାଧା ଉପୁଜିଥାଏ ଏବଂ କୌଣସି ନା କୌଣସି କାରଣରୁ ଏଥିରେ ବିଳମ୍ବ ହୁଏ। ଏପରିକି କୁହଯାଏ ଯେ ଏହି କାରଣରୁ ଭଲ ପ୍ରସ୍ତାବ ମଧ୍ୟ ଆସି ନଥାଏ।

କାନ୍ଥର ରଙ୍ଗ: ଯଦି ଆପଣଙ୍କକୋଠରୀର କାନ୍ଥ ରଙ୍ଗ ଡାର୍କ ବାକଳା ଅଛି,ତେବେ ତାକୁ ତୁରନ୍ତ ବଦଳାନ୍ତୁ। ଆପଣଙ୍କ କାନ୍ଥର ରଙ୍ଗ ବ୍ରାଇଟ୍‌,ହଳଦିଆ ଓଗୋଲାପୀ ହେବା ଶୁଭଦାୟକ।

blackକଳା ରଙ୍ଗରୁ ଦୂରେଇ ରୁହନ୍ତୁ: ଯଦି ଆପଣଙ୍କ ବିବାହରେ ବିଳମ୍ବ ହେଉଛି,ତେବେ କଳା ରଙ୍ଗର ବସ୍ତ୍ର କିମ୍ବା ଏହି ରଙ୍ଗର ବସ୍ତୁ ମଧ୍ୟ ବ୍ୟବହାର କରନ୍ତୁ ନାହିଁ । ଏହା ଶୁଭ ହୋଇ ନଥାଏ।

ଘର ଭିତରେ ସୂର୍ଯ୍ୟଙ୍କ କିରଣ ପଡ଼ିବା ଜରୁରୀ: ଆପଣଙ୍କ ରୁମ୍‌ ଏମିତି ହେବା ଦରକାର,ଯେପରି ରୁମ୍‌ ଭିତରକୁ ସୂର୍ଯ୍ୟଙ୍କ ଆଲୋକ ଏବଂ ପବନ ଆସିପାରୁଥିବ।ଏହା ଦ୍ୱାରା ସକରାତ୍ମକ ଉର୍ଜ୍ଜା ରହିବା ସହ ବିବାହଜନିତ ବାସ୍ତୁଦୋଷ ବି କଟିଯାଏ।

bananaକଦଳୀ ଗଛ: ଘର ପାଖରେ କଦଳୀ ଗଛ ଲଗାଇବା ଶୁଭ । କିନ୍ତୁ ଧ୍ୟାନ ରଖିବେ, ଘର ପଛ ଭାଗରେ ଲଗାଇବା ଆହୁରି ଶୁଭ।ଏହା ଲଗାଇବା ସହ ପ୍ରତ୍ୟେକ ଦିନ କଦଳୀ ଗଛରେ ପାଣି ଦେଲେ ବାସ୍ତୁ ଦୋଷ କଟିଥାଏ।

ପୂର୍ଣ୍ଣିମାରେ ଏପରି କରନ୍ତୁ: ପୂର୍ଣ୍ଣିମାରେ ବାଲ୍ଟିରେ ପାଣି ଭର୍ତ୍ତି କରି ରାତିସାରା ଛାତ ଉପରେ ରଖି ଦିଅନ୍ତୁ, ଯେପରି ଏହି ପାଣି ଉପରେ ଜହ୍ନଙ୍କ କିରଣ ପଡ଼ୁଥିବ।ସେହି ପାଣିରେ ଝିଅମାନେ ଗାଧୋଇଲେ ତାଙ୍କ ପାଇଁ ଖୁବ୍‌ ଭଲ ପ୍ରସ୍ତାବ ଆସିଥାଏ।

 



from Odisha Reporter https://ift.tt/2MphXZS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages