ସିଦ୍ଧୁ ଓ ପାକ୍‌ ସେନାଧ୍ୟକ୍ଷ କୋଳାକୋଳି; ଅକଳରେ କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

ସିଦ୍ଧୁ ଓ ପାକ୍‌ ସେନାଧ୍ୟକ୍ଷ କୋଳାକୋଳି; ଅକଳରେ କଂଗ୍ରେସ

sidhu

ଇସ୍‌ଲାମ୍‌ବାଦ୍‌: ଇମ୍ରାନ୍ ଖାନ୍ ଆଜି ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତରୁ ପୂର୍ବତନ କ୍ରିକେଟର ତଥା ପଞ୍ଜାବ ସରକାରଙ୍କ ମନ୍ତ୍ରୀ ନଭଜୋତ ସିଂହ ସିଦ୍ଧୁ ସାମିଲ ହୋଇଥିଲେ।

ଏହି ସମାରୋହରେ ପାକିସ୍ତାନର ସେନାଧ୍ୟକ୍ଷ କମର ଜାଭେଦ ବାଜୱା ଉପସ୍ଥିତ ଥିଲେ। ସେ ସିଦ୍ଧୁଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଦୁହେଁ କୋଳାକୋଳି ହୋଇଥିଲେ।  ଆଉ ଏହି ଭିଡିଓ ସାମ୍ନାକୁ ଆସିବା ପରେ ସିଦ୍ଧୁଙ୍କୁ ଅନେକ ଭାରତୀୟ ସମାଲୋଚନା କରୁଛନ୍ତି। ଏଥିପାଇଁ କଂଗ୍ରେସ ବି ଅକଳ ସ୍ଥିତିରେ ପଡ଼ିଯାଇଛି।

kkkk

କାହା ପାଖରେ ବସିଥିଲେ ସିଦ୍ଧୁ?

ଇମ୍ରାନ୍‌ଙ୍କ ଶପଥଗ୍ରହଣ ଉତ୍ସବରେ ସିଦ୍ଧୁଙ୍କୁ ପାକିସ୍ତାନ୍ ଅଧିକୃତ କାଶ୍ମୀର (ପିଓକେ) ପ୍ରେସିଡେଣ୍ଟ୍ ମସୁଦ୍ ଖାନ୍‌ଙ୍କ ପାଖରେ ବସିବାକୁ ସ୍ଥାନ ଦିଆଯାଇଥିଲା। ପାକିସ୍ତାନ୍ ଅଧିକୃତ କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘ ବର୍ଷ ହେଲା ବିବାଦ ରହିଛି।

କ’ଣ କହିଲେ କଂଗ୍ରେସ ମୁଖପାତ୍ର?

କଂଗ୍ରେସ ମୁଖପାତ୍ର ରାଶିଦ ଅଲ୍‌ଭୀ ଏକ ନ୍ୟୁଜ୍ ଚ୍ୟାନେଲ୍‌କୁ କହିଛନ୍ତି,“ଯଦି ସେ ପାକିସ୍ତାନ ଯିବା ନେଇ ମୋଠାରୁ ପରାମର୍ଶ ନେଇଥାଆନ୍ତେ, ତା’ହେଲେ ମୁଁ ମନା କରି ଥାଆନ୍ତି। ସେ ବନ୍ଧୁତ୍ୱ ରକ୍ଷା କରି ସେଠାକୁ ଯାଇଛନ୍ତି। କିନ୍ତୁ ବନ୍ଧୁତ୍ୱ ଦେଶଠାରୁ ଊର୍ଦ୍ଧ୍ୱରେ ନୁହେଁ। ସୀମାରେ ଆମ ଯବାନ ମରୁଛନ୍ତି ଓ ସେ ଯାଇ ପାକିସ୍ତାନର ସେନାଧ୍ୟକ୍ଷଙ୍କ ସହ କୋଳାକୋଳି ହେଉଛନ୍ତି। ଭାରତ ସରକାର ତାଙ୍କୁ ଅନୁମତି ଦେବା ଠିକ୍ ହୋଇନାହିଁ। ଭାରତ ସରକାରଙ୍କ ଅନୁମତି ନେଇ ସେ ସେଠାକୁ ଯାଇଛନ୍ତି।”



from Odisha Reporter https://ift.tt/2Bjve0W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages