ଏହି କାରଣ ପାଇଁ ଏବେ ଚର୍ଚ୍ଚାରେ ପ୍ରିୟଙ୍କା, ଆଉ କିଛି ସେଲିବ୍ରିଟି ବି ଏଥିପାଇଁ ଚର୍ଚ୍ଚାକୁ ଆସିଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 24, 2018

ଏହି କାରଣ ପାଇଁ ଏବେ ଚର୍ଚ୍ଚାରେ ପ୍ରିୟଙ୍କା, ଆଉ କିଛି ସେଲିବ୍ରିଟି ବି ଏଥିପାଇଁ ଚର୍ଚ୍ଚାକୁ ଆସିଥିଲେ

priyanka

ମୁମ୍ବାଇ: ନିକଟରେ ପ୍ରିୟଙ୍କା ଚୋପ୍ରା ଓ ହଲିଉଡ୍ ଗାୟକ ନିକ୍‌ ଜୋନ୍‌ସଙ୍କ ମଧ୍ୟରେ ନିର୍ବନ୍ଧ  ସରିଛି। ନିର୍ବନ୍ଧ ପରେ ସେମାନଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି। କିନ୍ତୁ ଏହାସହ ସେମାନଙ୍କ ମଧ୍ୟରେ ଥିବା ବୟସର ବ୍ୟବଧାନକୁ ନେଇ ମଧ୍ୟ ଚାରିଆଡ଼େ ଚର୍ଚ୍ଚା ହେଉଛି।

nikପ୍ରିୟଙ୍କା ଗତ ଜୁଲାଇ ୧୮ ତାରିଖରେ ୩୬ ବର୍ଷରେ ପାଦ ଦେଇଥିବା ବେଳେ ନିକ୍‌ଙ୍କୁ ଏବେ ମାତ୍ର୨୫ ବର୍ଷ। ସେଥିପାଇଁ ସୋଶାଲ୍‌ ମିଡିଆରେ ଦୁହେଁ ଟ୍ରୋଲ୍‌ ହୋଇଛନ୍ତି। ଏହାକୁ ନେଇ ପ୍ରିୟଙ୍କା ଖୁବ୍ ରାଗି ଯାଇଛନ୍ତି।

ତେବେ ବଲିଉଡ୍ ହିରୋଇନ୍ ମାନେ ନିଜଠାରୁ କମ୍ ବୟସର ବ୍ୟକ୍ତିଙ୍କୁ ବିବାହ କରିବା କିଛି ନୂଆ କଥା ନୁହେଁ। ତେବେ ଆସନ୍ତୁ ଜାଣିବା ବଲିଉଡ୍‌ରେ କେଉଁ ଅଭିନେତ୍ରୀମାନେ ନିଜଠାରୁ କମ୍ ବୟସର ବ୍ୟକ୍ତିଙ୍କୁ ବିବାହ କରିଛନ୍ତି।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ: ଐଶ୍ୱର୍ଯ୍ୟା ସେହି ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ। ସେ ଅଭିନେତା ଅଭିଷେକ୍‌ ବଚ୍ଚନଙ୍କୁ ୨୦୦୭ରେ ବିବାହ କରିଥିଲେ। ସେ ଅଭିଷେକ୍‌ଙ୍କଠାରୁ ତିନି ବର୍ଷ ବଡ଼।

ବିପାଶା ବାସୁ: ସେ ୨୦୧୬ ଏପ୍ରିଲ୍‌ ୩୦ ତାରିଖରେ କରଣଙ୍କୁ ବିବାହ କରିଥିଲେ।  ଦୁହେଁ ୨୦୧୫ରେ ରିଲିଜ୍ ହୋଇଥିବା ‘ଏଲୋନ୍‌’ ଫିଲ୍ମରେ ଏକାଠି କାମ କରିଥିଲେ। ଆଉ ସେବେଠୁ ଦୁହିଁଙ୍କ ଭିତରେ ନିବିଡ଼ତା ବଢ଼ିଥିଲା। ବିପାଶା କରଣଙ୍କ ଠାରୁ ୩ ବର୍ଷ ବଡ଼।

ସୋହା ଅଲ୍ଲୀ ଖାନ୍‌: ସେ କୁନାଲ୍‌ ଖେମ୍ମୁଙ୍କୁ  ୨୦୧୫ରେ ବିବାହ କରିଥିଲେ। ସେମାନଙ୍କର ଏକ ଝିଅ ହୋଇଛି। କୁନାଲଙ୍କଠାରୁ ସୋହା ୪ ବର୍ଷ ବଡ଼।

saifଅମୃତା ସିଂହ:  ୧୯୯୧ରେ ଅମୃତା ସିଂହ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ବିବାହ କରିଥିଲେ।  ସେତେବେଳେ ସୈଫ୍‌ଙ୍କୁ ମାତ୍ର ୨୧ ବର୍ଷ ହୋଇଥିଲା। ଆଉ ଅମୃତାଙ୍କୁ ୩୧ ବର୍ଷ ହୋଇଥିଲା। କିନ୍ତୁ ବିବାହର ୧୩ ବର୍ଷ ପରେ ୨୦୦୪ରେ ଦୁହେଁ ଅଲଗା ହୋଇଯାଇଥିଲେ।

ନର୍ଗିସ୍‌: ବଲିଉଡ୍‌ ଅନ୍ୟତମ ସଫଳ ଅଭିନେତ୍ରୀ ନର୍ଗିସ୍‌ ଲୋକପ୍ରିୟ ଅଭିନେତା ସୁନୀଲ୍‌ ଦତ୍ତଙ୍କୁ ୧୯୫୮ ମସିହାରେ ବିବାହ କରିଥିଲେ। ବାହାଘର ସମୟରେ ନର୍ଗିସ୍‌ଙ୍କୁ ୨୯ ବର୍ଷ ହୋଇଥିଲା। ସୁନୀଲ ତାଙ୍କଠାରୁ ୬ ବର୍ଷ ସାନ ଥିଲେ।



from Odisha Reporter https://ift.tt/2P71Wot

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages