ଅହମ୍ମଦାବାଦରେ ଅନୁମତି ମିଳିଲାନି, ଘରେ ଅନଶନରେ ବସିଲେ ହାର୍ଦ୍ଦିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 24, 2018

ଅହମ୍ମଦାବାଦରେ ଅନୁମତି ମିଳିଲାନି, ଘରେ ଅନଶନରେ ବସିଲେ ହାର୍ଦ୍ଦିକ

hardik patel

ଅହମ୍ମଦାବାଦ: ପଟିଦାର ସମ୍ପ୍ରଦାୟକୁ ସଂରକ୍ଷଣ ଦାବିରେ ଆଜିଠାରୁ ହାର୍ଦ୍ଦିକ ପଟେଲ ଅନଶନରେ ବସିଛନ୍ତି। ସେ ନିଜ ଘରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଛନ୍ତି।

ହାର୍ଦ୍ଦିକଙ୍କୁ ସମର୍ଥନ କରି କଂଗ୍ରେସର ତିନି ଜଣ ପଟିଦାର ନେତା ତାଙ୍କ ଘରେ ଯାଇ ପହଞ୍ଚିଛନ୍ତି। ସେମାନେ ହେଲେ ଲଲିତ କଥଗରା, ଲଲିତ ବସୋୟା ଓ କରୀଟ ପଟେଲ।

ଅହମ୍ମଦାବାଦରେ ହାର୍ଦ୍ଦିକଙ୍କୁ ଅନଶନ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ସରକାର ଅନୁମତି ଦେଇ ନଥିଲେ। ସେଥିପାଇଁ ସେ ନିଜ ଘରେ ଅନଶନରେ ବସିଛନ୍ତି।

ତାଙ୍କ ଘର ପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଏଥିସହ  ଜୁନାଗଡ଼ ଜିଲ୍ଲାପାଳ ପୂରା ଜିଲ୍ଲାରେ  ୧୪୪ ଧାରା ଜାରି କରିଛନ୍ତି। ରାସ୍ତା ଘାଟରେ ୪ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଏହା ଉପରେ କଟକଣା ଜାରି କରାଯାଇଛି।

ସୂଚନାଯୋଗ୍ୟ, ୨୫ ଅଗଷ୍ଟଠାରୁ  ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନରେ ବସିବା ପାଇଁ ହାର୍ଦ୍ଦିକ ପଟେଲ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁମତି ମାଗିଥିଲେ।



from Odisha Reporter https://ift.tt/2P8ZZrJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages