ବନ୍ୟାରେ କେରଳ ବେହାଲ, ଫସି ରହିଛନ୍ତି ୧୪୦ ଓଡ଼ିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

ବନ୍ୟାରେ କେରଳ ବେହାଲ, ଫସି ରହିଛନ୍ତି ୧୪୦ ଓଡ଼ିଆ

rt

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେରଳ ସାଂଘାତିକ ବନ୍ୟା ହୋଇଛି। ଏଥିରେ ୩୨୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି।

ଏହି ବନ୍ୟାରେ ଅନେକ ଓଡ଼ିଆ ଫସି ରହିଛନ୍ତି। ସେଠାକୁ କାମ କରିବାକୁ ଯାଇଥିବା ୧୪୦ ଜଣ ଓଡ଼ିଆ ଶ୍ରମିକ ମୁନ୍ନାର ଅଞ୍ଚଳରେ ଫସି ରହିଛନ୍ତି ବୋଲି ଓଡ଼ିଶାର ସ୍ୱତନ୍ତ୍ର ରିଲିଫ କମିଶନର୍ ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ସେମାନଙ୍କୁ ଉଦ୍ଧାର କରିବା ଲାଗି ଏନ୍‌ଡିଏମ୍‌ଏ ସହିତ ଯୋଗାଯୋଗ ଚାଲିଛି।”

ବନ୍ୟାରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ ଏକ ସ୍ୱତନ୍ତ୍ର ଟିମ୍ ପଠା ଯାଇଛି ବୋଲି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି।

କେରଳ ବନ୍ୟାରେ ଫସି ରହିଥିବା ଓଡ଼ିଆଙ୍କ ପାଇଁ ହେଲ୍‌ପ୍‌ ଲାଇନ ନମ୍ବର ଜାରି କରିଛି ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ବିଭାଗ। ଏହି ଟୋଲ୍ ଫ୍ରି ହେଲ୍‌ପ ଲାଇନ୍ ନମ୍ବର ହେଉଛି ୧୦୭୦ ଏବଂ ଦେୟଯୁକ୍ତ ନମ୍ବର ହେଉଛି ୦୬୭୪- ୨୫୩୪୧୭୭।

ବନ୍ୟାରେ ଫସିଥିବା ଲୋକଙ୍କ ସଂପର୍କୀୟମାନେ ଏହି ନମ୍ବରରେ ଯୋଗାଯୋଗ କରିପାରିବେ।



from Odisha Reporter https://ift.tt/2L3nmQN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages