
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତରେ ଲୋକମାନେ ସାଧାରଣତଃ କ୍ଷୀରରେ କଫି ପ୍ରସ୍ତୁତ କରି ପିଇବାକୁ ପସନ୍ଦ କରନ୍ତି। କିନ୍ତୁ ଏହା ଶରୀର ଲାଭଦାୟକ ହୋଇ ନଥାଏ। ଯଦି ଆପଣ ବ୍ଲାକ୍ କଫି ପିଇବେ, ତା’ହେଲେ ଏହା ଆପଣଙ୍କ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ସହ ଅନେକ କଷ୍ଟରୁ ମୁକ୍ତି ବି ଦେଇଥାଏ। ତେବେ ଚାଲନ୍ତୁ ଜାଣିବା ବ୍ଲାକ୍ କଫିର ଉପକାରିତା ବିଷୟରେ।
– କଫିରେ ଥିବା କ୍ୟାଫିନ୍ (Caffeine) ମସ୍ତିଷ୍କର ଡୋପାମିନ୍ ସ୍ତରକୁ ବଢ଼ାଇଥାଏ। ଏଥିଯୋଗୁ ସ୍ମରଣ ଶକ୍ତି ଠିକ୍ ରହେ। ତା’ସହିତ ମସ୍ତିଷ୍କ ସହ ଜଡ଼ିତ ଅନେକ କ୍ରିୟା ଠିକ୍ ଭାବେ ପରିଚାଳିତ ହୋଇଥାଏ।
– ଏହା ଦ୍ୱାରା ଏନର୍ଜି ସ୍ତର ବଢ଼ିଥାଏ।
– ବ୍ଲାକ୍ କଫି ଓଜନ୍ ହ୍ରାସ କରିବାରେ ସହାୟକ ହୋଇଥାଏ। ଏହା କ୍ୟାଫିନ୍ ମେଟାବଲିକ୍ ସ୍ତରକୁ ବଢ଼ାଇ ଶରୀରର ଫ୍ୟାଟ୍କୁ କମାଇ ଦେଇଥାଏ।
– ବ୍ଲାକ୍ କଫିରେ ଆଣ୍ଟି ଅକ୍ସିଡେଣ୍ଟ୍, ଭିଟାମିନ୍, ମିନେରାଲ୍ସ ଆଦି ରହିଥାଏ। ଆଣ୍ଟି ଅକ୍ସିଡେଣ୍ଟ୍ ସ୍ୱାସ୍ଥ୍ୟ ସହ ଜଡ଼ିତ ପୁରୁଣା ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ। ଏହା କର୍କଟ ରୋଗ ଭଳି ସମସ୍ୟାକୁ ବି ଦୂର କରିଥାଏ।
– ବ୍ଲାକ୍ କଫି ଡାଇବେଟିସ୍ ଆଶଙ୍କାକୁ ବି କମ୍ କରିଥାଏ। କଫି ଶରୀରରେ ଇନ୍ସୁଲିନ୍ ବଢ଼ାଇବାରେ ସାହାଯ୍ୟ କରିଥାଏ, ଯାହାକି ସୁଗାରକୁ ନିୟନ୍ତ୍ରଣ କରିଥାଏ।
ସୂଚନା- ମନେ ରଖନ୍ତୁ ଅଧିକ ବ୍ଲାକ୍ କଫି ପିଇବେ ନାହିଁ।
from Odisha Reporter https://ift.tt/2vV0rT1
No comments:
Post a Comment