ଏମିତି ଡ୍ରେସ୍‌ ପାଇଁ ସୋଶାଲ୍ ମିଡିଆରେ ଟ୍ରଲ୍‌ ହେଲେ ପରିନୀତି ଚୋପ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 27, 2018

ଏମିତି ଡ୍ରେସ୍‌ ପାଇଁ ସୋଶାଲ୍ ମିଡିଆରେ ଟ୍ରଲ୍‌ ହେଲେ ପରିନୀତି ଚୋପ୍ରା

parineeti-chopra-3

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍‌): ବିଲିଉଡ୍‌ ଅଭିନେତ୍ରୀ ପରିନୀତି ଚୋପ୍ରା ନିଜ ଆଗାମୀ ଫିଲ୍ମ୍‌ ‘ନମସ୍ତେ ଇଂଲଣ୍ଡ୍‌’ର ପ୍ରମୋଶନ୍‌କୁ ପିନ୍ଧି ଆସିଥିବା ନିଜ ପୋଷାକକୁ ନେଇ ଏବେ ସୋଶାଲ୍ ମିଡିଆରେ ଟ୍ରଲ୍‌ ହୋଇଛନ୍ତି।
ସୋଶାଲ୍‌ ମିଡିଆରେ ଟ୍ରଲ୍‌ ହେବା ପରିନୀତିଙ୍କ ପାଇଁ କିଛି ନୂଆ ନୁହେଁ। କିନ୍ତୁ ଶୁକ୍ରବାର ପରିନୀତି ତାଙ୍କ ଆଗାମୀ ଫିଲ୍ମ୍‌ର ପ୍ରମୋଶନ୍ ଉତ୍ସବକୁ ଯେଉଁଭଳି ଭଙ୍ଗୀରେ ଏକ ଟାଇଟ୍‌ ପୋଷାକ ପିନ୍ଧି ଆସିଥିଲେ, ତାକୁ ସୋଶାଲ୍‌ ମିଡିଆରେ ଅନେକ ନାପସନ୍ଦ କରିବା ସହ ପରିନୀତିଙ୍କ ଉଦ୍ଦେଶ୍ୟରେ ବିଦ୍ରୁପାତ୍ମକ ଟିପ୍ପଣୀ ମଧ୍ୟ ଦେଇଛନ୍ତି।
parineeti-chopra-1ଅର୍ଜୁନ କପୁର୍‌ ଓ ପରିନୀତି ଅଭିନୀତ ବଲିଉଡ୍ ମୁଭି ‘ନମସ୍ତେ ଇଂଲଣ୍ଡ୍‌’ ଏବେ ରିଲିଜ୍‌ ଅପେକ୍ଷାରେ ରହିଛି। ଶୁକ୍ରବାର ଫିଲ୍ମ୍‌ର ପ୍ରୋମୋସନ୍‌ ପାଇଁ ପରିନୀତି ଅର୍ଜୁନ୍‌ଙ୍କ ସହିତ ଫୋଟୋ ପାଇଁ ପୋଜ୍‌ ଦେଉଥିବାର ଦେଖିବାକୁ ମିଳିଥିଲା।
‘ନମସ୍ତେ ଇଂଲଣ୍ଡ୍‌’ ପ୍ରୋମୋସନ୍‌କୁ ସେ ଏକ ନୀଳ ରଙ୍ଗର ଡ୍ରେସ୍‌ ପିନ୍ଧି ଆସିଥିଲେ। ଡ୍ରେସ୍‌ଟି ବେକରୁ କଟା ଥିବାବେଳେ ସଙ୍ଗେ ସଙ୍ଗେ ତାହା ତାଙ୍କ ଶରୀରରେ ସଂପୂର୍ଣ୍ଣ ଚିପି ହୋଇ ରହିଥିଲା।
parineeti-chopra-2ଏହି ଫୋଟୋସବୁ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେବା ପରେ ୟୁଜର୍ସ୍‌ମାନେ ପରିନୀତିଙ୍କ ଉଦ୍ଦେଶ୍ୟରେ କଡା କମେଣ୍ଟ୍‌ ଦେଇଛନ୍ତି।
ଜଣେ ୟୁଜର୍ ଲେଖିଛନ୍ତି, “ଏପରି ଡ୍ରେସ୍‌ ପିନ୍ଧିବାର ଆବଶ୍ୟକତା କ’ଣ ଥିଲା, ଯଦି ସେଥିରେ ତୁମେ ଆରାମ ଅନୁଭବ କରୁନାହଁ କିନ୍ତୁ ଏହାକୁ ଫ୍ୟାଶନ୍ କହୁଛ।”
ଆଉ କେହି ୟୁଜର୍ସ୍‌ ପରିନୀତିଙ୍କୁ, ‘ପୁଣି ଆସିଗଲା ମୋଟି’ ଏବଂ ‘ଗୋଡ଼ ମୋଟା ଦେଖାଯାଉଛି’ ବୋଲି କହିଛନ୍ତି।
ଅନ୍ୟ ଜଣେ ୟୁଜର୍ସ୍ କହିଛନ୍ତି, “ଏ ଯୁଗରେ, ଏମିତି ଟାଇଟ୍‌ ଡ୍ରେସ୍‌ କିଏ ପିନ୍ଧୁଛନ୍ତି? ଏମିତି ଡ୍ରେସ୍‌ କେବଳ ଅତୀତରେ ହିଁ ପିନ୍ଧା ଯାଉଥିଲା।”
parineeti-chopra-2ସେହିପରି ଅନ୍ୟ ଜଣେ ଯୁଜର୍ସ କହିଛନ୍ତି, “ନା ଟ୍ୟାଲେଣ୍ଟ୍‌ ନା ଫିଗର୍‌, ଇଏ କେବଳ ବାପା ଏବଂ ଭଉଣୀଙ୍କ ନାଁ ନେଇ ବଞ୍ଚିଛନ୍ତି।”
କେହି ଜଣେ ଯୁଜର୍ସ୍ ଟିପ୍ପଣୀ ଦେଇଛନ୍ତି ଯେ ଏପରି ଡ୍ରେସ୍‌ ପିନ୍ଧି ପରିନୀତି କିପରି ବିନା କୌଣସି ଲଜ୍ଜାରେ କ୍ୟାମେରାକୁ ସାମ୍ନା କରିଛନ୍ତି।
ଜଣେ ଯୁଜର୍ସ୍ କହିଛନ୍ତି, ‘ୟା ସହିତ ବାରମ୍ବାର କିଛି ନା କିଛି ସମସ୍ୟା ହେବାରେ ଲାଗିଛି’।
‘ନମସ୍ତେ ଇଂଲଣ୍ଡ’ ଫିଲ୍ମଟି ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା ଅଭିନୀତ ‘ନମସ୍ତେ ଲଣ୍ଡନ୍‌’ର ସିକ୍ୱେଲ୍‌। ଏହା ଅକ୍ଟୋବର ୧୯ରେ ରିଲିଜ୍‌ ହେବ।



from Odisha Reporter https://ift.tt/2PG3N4u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages