
ମୁନିଗୁଡ଼ା(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୂର୍ଷୀଖୁମା ଓ ରାଜୁଲୁଗୁଡ଼ା ଗାଁରେ ନକ୍ସଲ ପୋଷ୍ଟର୍ ଦେଖିବାକୁ ମିଳିଛି। ବି.ଡି.ଏନ୍ ଡିଭିଜନାଲ କମିଟି ଓ ସିପିଆଇ ନକ୍ସଲ ନାଁରେ ଏହି ପୋଷ୍ଟର୍ ଲଗାଯାଇଛି।
ପୋଷ୍ଟର୍ ରାଜୁଲୁଗୁଡ଼ା ଅଙ୍ଗନୱାଡ଼ି କେନ୍ଦ୍ର ଓ ଏକ ଗଛରେ ଲଗାଯାଇଥିବା ଦେଖିବାକୁ ମିଳିଛି। ସେହିପରି ଭୂର୍ଷୀଖୁମା ଗାଁ ଛକରେ ପୋଷ୍ଟର୍ ମରାଯାଇଛି।
ପୁଲିସ୍ ଓ ସିଆର୍ପିଏଫ୍ଙ୍କୁ ପୋଷ୍ଟର୍ ମାରି ବିରୋଧ କରାଯାଇଛି। ଏଥିସହ ଏଥିରେ ଉଲ୍ଲେଖ ରହିଛି, “ନକ୍ସଲମାନେ ଆଦିବାସୀ, ଗରିବ ଲୋକଙ୍କ ମୁକ୍ତି ଓ ଅଧିକାର ପାଇଁ ଲଢ଼ୁଛନ୍ତି। ପୁଲିସ୍ ଡଙ୍ଗରିଆ ହରିଜନ ପିଲାଙ୍କୁ ମୋବାଇଲ ଦେଇ ଟଙ୍କାର ପ୍ରଲୋଭନ ଦେଖାଇ ଦଲାଲ ବନାଉଛି। ଫଳରେ ଆମ ଭିତରେ ହଣାକଟା କରାଉଛି। ନକ୍ସଲମାନେ ନିରୀହ ଅଦିବାସୀମାନଙ୍କୁ ମାରନ୍ତି ନାହିଁ, ଦଲାଲ୍ ମାନଙ୍କୁ ଦଣ୍ଡ ଦିଅନ୍ତି।”
ନିୟମଗିରି ଆନ୍ଦୋଳନକୁ ଦୁର୍ବଳ ଓ ଭାଗ ଭାଗ କରିବାକୁ ଷଡଯନ୍ତ୍ର କରାଯାଉଛି ବୋଲି ମଧ୍ୟ ପୋଷ୍ଟର୍ରେ ଉଲ୍ଲେଖ ରହିଛି।
from Odisha Reporter https://ift.tt/2LxJxPe
No comments:
Post a Comment