୩୧ ପରେ ‘ବଲାଙ୍ଗିର ମେଡିକାଲ୍ କଲେଜ’ରେ ପାଠପଢ଼ା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

୩୧ ପରେ ‘ବଲାଙ୍ଗିର ମେଡିକାଲ୍ କଲେଜ’ରେ ପାଠପଢ଼ା

bolangiri

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ଜିଲ୍ଲାବାସୀଙ୍କ ଦୀର୍ଘଦିନ ମେଡିକାଲ୍ କଲେଜ୍‌ ସ୍ୱପ୍ନ ଶୀଘ୍ର ସାକାର ହେବାକୁ ଯାଉଛି। ଆସନ୍ତା ୩୧ ତାରିଖରେ ଏହାର ଉଦ୍‌ଘାଟନ ପରେ ଏଠାରେ ପାଠପଢ଼ା ଆରମ୍ଭ ହେବ ବୋଲି ଜଣାପଡ଼ିଛି।
୩୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ୍‌ କରିବେ। ଏକଥା ଜଣାପଡ଼ିବା ପରେ ବଲାଙ୍ଗିରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଦୀର୍ଘ ୧୯ ବର୍ଷର କଠିନ ଯାତ୍ରା ପରେ ବଲାଙ୍ଗିର ମେଡିକାଲ୍ କଲେଜ୍‌ ଶେଷରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି।
ସୂଚନାଯୋଗ୍ୟ ଯେ, ଏହି ମିଡିକାଲ୍ କଲେଜକୁ ‘ସନ୍ଥକବି ଭୀମଭୋଇ’ଙ୍କ ନାମରେ ନାମିତ କରାଯାଇଛି।
bolangiri୨୦୧୮ ଶିକ୍ଷାବର୍ଷରେ ଏଠାରେ ୧୦୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। କେନ୍ଦ୍ର କୋଟାରେ ୧୫ ଜଣ ନାମ ଲେଖାଇଥିବା ବେଳେ ରାଜ୍ୟ କୋଟାରେ ବାକି ୮୫ ଜଣ ନାମ ଲେଖାଇଛନ୍ତି।
୧୯ ବର୍ଷ ତଳେ ଏଠାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଥମେ ପିପିପି ମୋଡ୍‌ରେ ମେଡିକାଲ୍ କଲେଜ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲା। ରାଜ୍ୟ ସରକାର କିଛିଦିନ ପାଇଁ ଏହାକୁ ହାତକୁ ନେଇଥିଲେ। ପରେ କେନ୍ଦ୍ରର ୭୫ ଓ ରାଜ୍ୟର ୨୫ ପ୍ରତିଶତ ବ୍ୟୟରେ ମେଡିକାଲ କଲେଜ ନିର୍ମାଣ କରାଯାଇଛି।



from Odisha Reporter https://ift.tt/2LDQUET

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages