ସରକାରଙ୍କ “ଉପାନ୍ତ ଯୋଜନା” ଏବେ କେଉଁଠି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

ସରକାରଙ୍କ “ଉପାନ୍ତ ଯୋଜନା” ଏବେ କେଉଁଠି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଅପହଞ୍ଚ ଅଞ୍ଚଳକୁ ସବୁଦିନିଆ ରାସ୍ତା ହେବ। ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ “ଉପାନ୍ତ ଯୋଜନା”। ନଗଡ଼ାର ଦୟନୀୟ ଚିତ୍ର ପଦାକୁ ଆସିବା ପରେ ସରକାର ଗାଁ ଗାଁରେ ବିକାଶର ଧାରା ପହଞ୍ଚିବ ବୋଲି ସ୍ୱପ୍ନ ଦେଖାଇଥିଲେ। ହେଲେ ୨ ବର୍ଷ ପରେ ଜଣାପଡୁଛି ଯୋଜନା ପୂରା ଫେଲ୍‌! 

ଏବେ ବି ହଜାରେରୁ ଅଧିକ ଗାଁକୁ ସବୁଦିନିଆ ରାସ୍ତା ନାହିଁ। ଯେଉଁଥିପାଇଁ ଗାଁ ଲୋକେ ନାନା ଅସୁବିଧାରେ ପଡ଼ୁଛନ୍ତି। ଏଥିରେ ବେଶୀ ଅସୁବିଧାରେ ପଡ଼ିଛନ୍ତି ପ୍ରସୂତି। ଆମ୍ୱୁଲାନ୍ସ ଯାଇପାରୁନଥିବାରୁ କେଉଁଠି ରାସ୍ତାରେ ପ୍ରସୂତି ପିଲା ଜନ୍ମ କରୁଛନ୍ତି ତ ଆଉ କେଉଁ ଖଟିଆରେ। ଏବେ ଏମିତି ଖବର ରାଜ୍ୟର କୋଣ ଅନୁକୋଣରୁ ଆସୁଛି।

upaant-yojana-of-odisha-govt-a-non-starter“ଉପାନ୍ତ ଯୋଜନା”ରେ ସାମିଲ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୪୨ ଟି ଅପହଞ୍ଚ ଗାଁକୁ ଚିହ୍ନଟ କରାଯାଇଥିଲା। ତେବେ କାମ କେଉଁ ବିଭାଗ କରିବ, ତାକୁ ନେଇ ବିବାଦ ଦେଖାଦେଇଥିଲା। ଯେଉଁଥିପାଇଁ ରାସ୍ତା ପାଇଁ ଥିବା ୫୦ କୋଟି ଟଙ୍କା ଏବେ ପଞ୍ଚାୟତିରାଜ ବିଭାଗ ପାଖରେ ରହିଛି। ତେବେ କାମ କରିବ ଗ୍ରାମ୍ୟ ଉନ୍ନୟନ ବିଭାଗ। ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏ ନେଇ ଚିଠି ଲେଖି ସରକାରଙ୍କ ଗ୍ରୀନ୍‌ ସିଗନାଲକୁ ଅପେକ୍ଷା କରିଛନ୍ତି।

“ଉପାନ୍ତ ଯୋଜନା”ରେ ଚିହ୍ନଟ ୧୪୨ ଅପହଞ୍ଚ ଗାଁରୁ ୬୯ଟି ଗାଁକୁ ରାସ୍ତା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ  ଫିଜିବଲିଟି ରିପୋର୍ଟ ପ୍ରସ୍ତୁତ କରିଛି। ତେବେ ୪୬ଟି ଗାଁ ରାସ୍ତା ପାଇଁ ଜଙ୍ଗଲ ବିଭାଗର ଅନୁମତି ବାଧକ ସାଜିଛି। ବାକି ୧୯ ଟି ଗାଁକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ୮ ଟି ଗାଁକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ଡିଷ୍ଟ୍ରିକ୍ଟକୁ ମିନେରାଲ ଫଣ୍ଡରୁ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ହୋଇଛି

ରାସ୍ତା ନଥିବାରୁ ଯନ୍ତ୍ରଣା ଭୋଗୁଛନ୍ତି ପ୍ରସୂତି

ବାଲେଶ୍ୱର ସହରରୁ ଅଳ୍ପଦୁରରେ ରହିଛି ପୋଖରୀସାହି ଗାଁ। ଏହି ଗାଁର ଲୋକ ସଂଖ୍ୟା ୨୦୦ରୁ ଅଦିକ ହେବ। ହେଲେ ଦୁଃଖ ଓ ପରିତାପର ବିଷୟ ସହରଠାରୁ ମାତ୍ର ଅଳ୍ପ ଦୂରରେ ଏହି ଗାଁକୁ ଭଲରାସ୍ତାଟିଏ ନାହିଁ। ଯେଉଁ ରାସ୍ତା ରହିଛି, ସେଥିରେ ଚାଲି ଚାଲି ଯିବା ବି କଷ୍ଟକର। 

ଯାହାଫଳରେ ଦୁଇ ଦିନ ତଳେ ଏହି ପାଣି କାଦୁଅ ଭରା ଅଣଓସରିଆ ରାସ୍ତାରେ ମେଡିକାଲ୍‌ ନିଆଯାଉଥିବା ବେଳେଖଟିଆରେ ପ୍ରସୂତି ଶିଶୁକନ୍ୟା ଜନ୍ମ କରିଥିଲେ। ସେତେ ଯେମିତି ଲାଗୁଛି ସରକାରଙ୍କ ବିକାଶ ପ୍ରତିଶ୍ରୁତି କେବଳ ସ୍ଲୋଗାନରେ ସୀମିତ ହୋଇ ରହିଯାଇଛି। ସେମିତି ଏକ ଗାଁ ହେଉଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ମଇନାପଦର। ବ୍ଲକ ସଦର ମହକୁମାଠାରୁ ଅଳ୍ପ ଦୂରରେ ଥିବା ଏହି ଗାଁକୁ ଯାଇଥିବା ରାସ୍ତାଟି ଖାଲ ଢିପରେ ଭରା ଓ ଅଙ୍କା ବଙ୍କା ମ୍ବୁଲାନ୍ସ ତ ଦୂରର କଥା, ଦୁଇ ଚକି ଗାଡ଼ି ବି ଯିବା କଷ୍ଟକର। ଯେଉଁଥିପାଇଁ ପରିବାର ଲୋକେ ଜଣେ ପ୍ରସୂତିଙ୍କୁ ଖଟିଆରେ ବୋହି ନେଇଥିଲେ।

ସେହିପରି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର କୁମୁଟିମୁଣ୍ଡ ଗାଁକୁ ମଧ୍ୟ ରାସ୍ତା ନାହିଁ ହିଡ଼ରାସ୍ତାରେ ଲୋକେ ଯିବା ଆସିବା କରୁଛନ୍ତି। ଏପରି ସ୍ଥଳେ ଗାଁକୁ ଆମ୍ୱୁଲାନ୍ସ ବା ଯିବ କେମିତି?



from Odisha Reporter https://ift.tt/2MYjequ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages