ଶ୍ରୀଲୋକନାଥଙ୍କ ପୀଠରେ ଆଣ୍ଠୁଏ ଉଚ୍ଚରେ ପାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 11, 2018

ଶ୍ରୀଲୋକନାଥଙ୍କ ପୀଠରେ ଆଣ୍ଠୁଏ ଉଚ୍ଚରେ ପାଣି

ପୁରୀ(ମଧୂସୁଦନ ମିଶ୍ର): ଆସନ୍ତାକାଲି ଶ୍ରାବଣ ମାସ ସୋମବାର ଥିବାରୁ ଶ୍ରୀଲୋକନାଥଙ୍କ ପୀଠରେ ଜଳ ଲାଗି ପାଇଁ ଦୂରଦୂରାନ୍ତରୁ କାଉଡ଼ିଆ ଆସି ପହଞ୍ଚିବେ। ହେଲେ ତା’ପୂର୍ବରୁ ଶ୍ରୀଲୋକନାଥ ବାବା ଜଳବନ୍ଦୀ ହୋଇଯାଇଛନ୍ତି। ଆଣ୍ଠୁଏ ଉଚ୍ଚରେ ପାଣି ପୂରା ମନ୍ଦିର ଭିତରେ ରହିଛି।

ଗମ୍ଭୀରା, ବାହାର ବେଢା, ଗଣେଶ ମନ୍ଦିର ଓ ପାର୍ବତୀ ମନ୍ଦିରରେ ପାଣି ପଶିଯାଇଛି। ଶ୍ରଦ୍ଧାଳୁମାନେ ପାଣି ଭିତରେ ପଶି ମନ୍ଦିର ଭିତରକୁ ଯାଉଛନ୍ତି। ହେଲେ ବାବାଙ୍କ ଦର୍ଶନ କରିପାରୁ ନାହାନ୍ତି।

ଗତ ବର୍ଷାରେ ପାର୍ବତୀ ସାଗର ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲା। ତେଣୁ ମନ୍ଦିର ଗମ୍ଭୀରାଠାରୁ ଭିତ ଯାଏ ପାଣି ପଶିଛି।

ଖାଲି ପାଣି ନୁହେଁ, ପାର୍ବତୀ ସାଗରର ମାଛ ଆସି ମନ୍ଦିର ପରିସରରେ ଜମି ରହିଥିବା ପାଣିରେ ଖେଳୁଥିବା ଦେଖିବାକୁ ମିଳୁଛି। ଜଳ ନିଷ୍କାସନ ପାଇଁ ଅଗ୍ନିଶମ ବିଭାଗର ୨ଟି ବଡ଼ ପମ୍ପ ଲଗାଯାଇ ପାର୍ବତୀ ସାଗର ଜଳ ସହ ଭିତର ଜଳ ବାହାରକୁ କଢାଯାଉଥିବା ପ୍ରଶାସନ ସୂଚନା ଦେଇଛି।

 



from OdishaReporter https://ift.tt/2MdW5jY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages