
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାଧୀନତା ଦିବସ ଅବସରରେ ୧୮ଟି ଜିଲ୍ଲାରେ ମନ୍ତ୍ରୀ ଓ ୧୧ଟି ଜିଲ୍ଲାରେ ଜିଲ୍ଲାପାଳମାନେ ପରେଡ୍ରେ ଅଭିବାଦନ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ, ଉତ୍ତରାଞ୍ଚଳ ଆରଡିସି ରାଉରକେଲାରେ ଓ ଦକ୍ଷିଣାଞ୍ଚଳ ଆରଡିସି ବ୍ରହ୍ମପୁରରେ ଅଭିବାଦନ ଗ୍ରହଣ କରିବେ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟସୂଚୀ ଜାରି ହୋଇଛି।
ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଗଜପତି, ନୂଆପଡ଼ା, କୋରାପୁଟ, ନବରଙ୍ଗପୁର, ଝାରସୁଗୁଡ଼ା, ନୟାଗଡ଼ ଓ ସୁବର୍ଣ୍ଣପୁରରେ ଜିଲ୍ଲାପାଳମାନେ ଓ ଅନ୍ୟ ଜିଲ୍ଲାଗୁଡ଼ିକରେ ମନ୍ତ୍ରୀମାନେ ପରେଡ୍ ଅଭିବାଦନ କରିବେ।
କେବଳ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କୁ କୌଣସି ଜିଲ୍ଲାକୁ ପଠାଯାଇ ନାହିଁ।
from OdishaReporter https://ift.tt/2KM1A46
No comments:
Post a Comment