ଘରେ ତିଆରି କରନ୍ତୁ ଧନିଆପତ୍ର ଚିକେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 31, 2018

ଘରେ ତିଆରି କରନ୍ତୁ ଧନିଆପତ୍ର ଚିକେନ୍‌

CHIKEN

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ଗୋଟା ଗୋଲ ମରିଚ, ଅଦା ରସୁଣ ପେଷ୍ଟ୍‌, ଦହି, ଗୋଲ ମରିଚ ପାଉଡର, ଲୁଣ, ଗରମ ମସଲା, କଟା ପିଆଜ, ହଳଦୀ ଗୁଣ୍ଡ, ଧନିଆ ପତ୍ର ଓ କଞ୍ଚା ଲଙ୍କା ବଟା, ରିଫାଇନ୍‌ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ତା’ପରେ ଚୁଲିରେ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ।

ତେଲ ଗରମ ହେଲା ପରେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ବାଦାମୀ ରଙ୍ଗ ହୋଇ ଆସିଲେ ସେଥିରେ ଅଦା-ରସୁଣ ପେଷ୍ଟ୍‌, ଗରମ ମସଲା ଗୁଣ୍ଡ, ହଳଦୀ ଗୁଣ୍ଡ, ଗୋଟା ଗୋଲ ମରିଚ, ଗୋଲ ମରିଚ ପାଉଡର ପକାନ୍ତୁ ଓ କଷନ୍ତୁ। ଅଳ୍ପ ପାଣି ମଧ୍ୟ ପକାଇ ପାରିବେ।

ମସଲା କଷି ହୋଇଯିବା ପରେ ସେଥିରେ ଚିକେନ୍‌ ପକାନ୍ତୁ। ଚିକେନ୍‌କୁ ମସଲାରେ ଭଲ ଭାବେ ଗୋଳେଇ ଦିଅନ୍ତୁ। ଏବେ ସ୍ୱାଦ ଅନୁସାରେ ଲୁଣ ପକାଇ ଦିଅନ୍ତୁ କଡ଼େଇକୁ ଢାଙ୍କି ଦିଅନ୍ତୁ। ମଝିରେ ମଝିରେ ଢାଙ୍କୁଣୀ କାଢ଼ି ଦେଖୁ ଥଆନ୍ତୁ। ଚିକେନ୍‌ରୁ ପାଣି ମରି ଯିବା ପରେ ଏହାକୁ ଅଳ୍ପ ସମୟ କଷନ୍ତୁ। ମାଂସ ଯଦି ସିଝି ଯାଇଥିବ, ତା’ହେଲେ ଆଉ ସେଥିରେ ପାଣି ଦିଅନ୍ତୁ ନାହିଁ।

ଏବେ ସେଥିରେ ଧନିଆପତ୍ର ଓ କଞ୍ଚାଲଙ୍କା ବଟା ପକାନ୍ତୁ। ଏହାପରେ ବସା ଦହି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାକୁ ଅଳ୍ପ ସମୟ ଚୁଲିରେ ବସାନ୍ତୁ।

ଏବେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଧନିଆପତ୍ର ଚିକେନ୍‌। ଆପଣ ଚାହିଁଲେ ସଜେଇବା ପାଇଁ ଏହା ଉପରେ ଧନିଆ ପତ୍ର ମଧ୍ୟ ପକାଇ ପାରିବେ।



from Odisha Reporter https://ift.tt/2NBT3mu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages