କଶ୍ମୀର: ମୁକୁଳିଲେ ଅପହୃତ ପୁଲିସ୍‌ କର୍ମଚାରୀ ଓ ସେମାନଙ୍କ ସମ୍ପର୍କୀୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 31, 2018

କଶ୍ମୀର: ମୁକୁଳିଲେ ଅପହୃତ ପୁଲିସ୍‌ କର୍ମଚାରୀ ଓ ସେମାନଙ୍କ ସମ୍ପର୍କୀୟ

kashmirpolice

ଶ୍ରୀନଗର: ଅପହରଣ କରି ନେଇଥିବା  ୩ ଜଣ ପୁଲିସ୍ କର୍ମଚାରୀ ଓ ସେମାନଙ୍କର ୮ ଜଣ ସମ୍ପର୍କୀୟଙ୍କୁ ଆତଙ୍କବାଦୀମାନେ ମୁକ୍ତ କରି ଦେଇଛନ୍ତି।

ଗତକାଲି ସନ୍ଧ୍ୟାରେ ସେମାନଙ୍କୁ ଛାଡ଼ି ଦିଆଯାଇ ଥିବା ଜଣାପଡ଼ିଛି। ପୁଲିସ୍ ଆତଙ୍କବାଦୀମାନଙ୍କର ଏକ ଡଜନ୍‌ରୁ ଅଧିକ ସଂପର୍କୀୟଙ୍କୁ ମୁକ୍ତ କରି ଦେବା ପରେ ସେମାନେ ମଧ୍ୟ ଏହି ପୁଲିସ୍ କର୍ମଚାରୀ ଓ ସେମାନଙ୍କ ସଂପର୍କୀୟମାନଙ୍କୁ ଛାଡ଼ି ଦେଇଥିଲେ। ଅପହୃତ ହୋଇଥିବା ପୁଲିସ୍ କର୍ମଚାରୀଙ୍କ ମଧ୍ୟରେ ଜଣେ ସବ୍‌ ଇନ୍‌ସପେକ୍ଟର ଥିଲେ।

ସୂଚନାଯୋଗ୍ୟ, ଗତ ବୁଧବାର ଆତଙ୍କବାଦୀଙ୍କ ଆକ୍ରମଣରେ  ୪ ଜଣ ପୁଲିସ୍‌ କର୍ମୀ ନିହତ ହୋଇଥିଲେ।  ଏହାପରେ ପୁଲିସ୍‌ ହିଜବୁଲ୍‌ ମୁଜାହିଦୀନ ଆତଙ୍କବାଦୀ  ସଙ୍ଗଠନର କମାଣ୍ଡର୍‌ ରେୟାଜ ନାଇକୁର ବାପା ଅସଦୁଲ୍ଲା ନାୟକୁଙ୍କ ସହିତ ଆଉ କିଛି ଆତଙ୍କବାଦୀଙ୍କ ସମ୍ପର୍କୀୟଙ୍କୁ ଗିରଫ କରିଥିଲା। ଏଥିସହ ଆତଙ୍କବାଦୀଙ୍କ ୨ଟି ଘରକୁ ମଧ୍ୟ ନିଆଁ ଲଗାଇ ଦେଇଥିଲା।

ଏହାପରେ ଗୁରୁବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ଏହି ପୁଲିସ୍‌ କର୍ମଚାରୀ ଓ ସେମାନଙ୍କ ସଂପର୍କୀୟମାନଙ୍କୁ ଅପହରଣ କରି ନେଇଥିଲେ। ଅନନ୍ତନାଗ, କୁଲଗାମ, ଶୋପିଆନ୍ ଓ ପୁଲୱାମା ଜିଲ୍ଲାରୁ ଏହି ପୁଲିସ୍ କର୍ମୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଅପହରଣ କରିନେଇଥିଲେ।



from Odisha Reporter https://ift.tt/2C5bjTM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages