ମେଡିକାଲ୍ ବେଡ୍‌ରେ କମେଡି କିଙ୍ଗ୍, ଏବେ ଏମିତି ଅଛି ସ୍ୱାସ୍ଥ୍ୟାବସ୍ଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 23, 2018

ମେଡିକାଲ୍ ବେଡ୍‌ରେ କମେଡି କିଙ୍ଗ୍, ଏବେ ଏମିତି ଅଛି ସ୍ୱାସ୍ଥ୍ୟାବସ୍ଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରୂପେଲି ପରଦାରେ ଲୋକଙ୍କୁ ହସେଇ ହସେଇ ବେଦମ କରୁଥିବା ଓଲିଉଡ୍‌ର ଭେଟେରାନ୍ କମେଡିଆନ୍ ଏବେ ଅସୁସ୍ଥ। ସେ ହୃଦୟ ଜନିତ ସମସ୍ୟାରେ ପୀଡ଼ିତ ଅଛନ୍ତି। ସେଥିପାଇଁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ବୟସ ଅଧିକ ହୋଇଥିଲେ ବି ଜୟୀରାମ ଖୁବ୍ ଫିଟ୍‌ଫାଟ୍ ଥିଲେ। ସେମିତି କୌଣସି ଗୁରୁତର ଶାରୀରିକ ସମସ୍ୟା ତାଙ୍କର ନଥିଲା। ତେବେ ମିଳିଥିବା ସୂଚନା ଅନୁଯାୟୀ, ହଟାତ୍ ମଙ୍ଗଳବାର ରାତିରେ ସେ ଅସୁସ୍ଥ ଅନୁଭବ କରିଥିଲେ। ତେଣୁ ବୁଧବାର ସକାଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସେ ଏବେ ବି ହସ୍‌ପିଟାଲ୍‌ରେ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଡାକ୍ତରମାନେ ତାଙ୍କର ଆଞ୍ଜିଓପ୍ଲାଷ୍ଟିକ୍ ସର୍ଜରୀ କରିଛନ୍ତି। ଏହା ହୃଦରୋଗ ଜନିତ ଏକ ପ୍ରାଥମିକ ସମସ୍ୟା। ଅସ୍ତ୍ରୋପଚାର ପରେ ଶ୍ରୀଯୁକ୍ତ ସାମଲ୍ ଏବେ ଭଲ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଛି।

ତାଙ୍କ ପରିବାର ଲୋକେ କହିଛନ୍ତି ଯେ ଜୟୀରାମ ଏବେ ସୁସ୍ଥ ଅଛନ୍ତି।

ନିଜର ହସ ପାଇଁ ସେ ବେଶ୍ ପରିଚିତ। ବହୁ ଲୋକପ୍ରିୟ ଫିଲ୍ମରେ ଜୟୀରାମ ଦର୍ଶକଙ୍କୁ ହସେଇ ହସେଇ ବେଦମ କରିଛନ୍ତି। ସେ ‘ଜାଇଫୁଲ’, ‘ଜଗା ବଳିଆ’, ‘ଜନନୀ’, ‘କାବେରୀ’, ‘ସ୍ୱପ୍ନ ସାଗର’, ‘ନାଗ ଫାଶ’, ‘ଯାଯାବର’ ‘ବଳିଦାନ’ ଓ ‘ଦଣ୍ଡା ବାଳୁଙ୍ଗା’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି।



from Odisha Reporter https://ift.tt/2w8D7kT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages