
ଭୁବନେଶ୍ୱର (ଓଡ଼ଶା ରିପୋର୍ଟର): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥିକଳସ ବା ଚିତାଭସ୍ମ ଶୋଭାଯାତ୍ରା ବେଳେ ଘଟିଛି ଅଘଟଣ। ଆଜି ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଅସ୍ଥି କଳସ ଯାତ୍ରା କରୁଥିବା ବେଳେ ଚନ୍ଦନପୁରଠାରେ ବିଜେଡି ଯୁବ ବାହୀନୀର ଜଣେ କର୍ମୀ ଶୋଭାଯାତ୍ରାକୁ ଅଣ୍ଡାମାଡ଼ କରିଥିବା ଅଭିଯୋଗ ହୋଇଛି। ତାଙ୍କ ନା ଦୀପୁନା ବୋଲି ଜଣାପଡ଼ିଛି।
ବାଜପେୟୀଙ୍କୁ ନିଜ ଜୀବଦ୍ଦଶା ଭିତରେ ଓ ମୃତ୍ୟୁ ପରେ ସାରା ଦେଶରୁ ବିପୁଳ ସମ୍ନାନ ମିଳିଛି। ଦଳମତ ନିର୍ବିଶେଷରେ ସେ ଜଣେ ଉତ୍ତର ରାଜନେତା ବୋଲି ଚର୍ଚ୍ଚା ହୁଏ। ଏପରିକି ତାଙ୍କ ମୃତ୍ୟୁ ପରେ ବିରୋଧୀ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳର ନେତା ତାଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ଖୋଦ୍ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ମଧ୍ୟ ବାଜପେୟୀ ଜୀଙ୍କୁ ସମ୍ମାନ ପ୍ରଦର୍ଶନ କରିବାକୁ ଦିଲ୍ଲୀ ଯାଇଥିଲେ।
ଏ ସବୁ ସତ୍ୱେ ଆଜିର ଘଟଣା ରାଜ୍ୟବାସୀଙ୍କୁ ମର୍ମାହତ କରିଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ବାଜପେୟୀ ଜୀଙ୍କ ଚିତାଭସ୍ମ ଶୋଭାଯାତ୍ରା ବେଳେ ବିଜେଡି ସମର୍ଥକ (ବିଜେଡି ଯୁବ ବାହିନୀ) ଅଣ୍ଡା ମାଡ଼ କରିଥିବା ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ପ୍ରଭାତୀ ପରିଡ଼ା ଅଭିଯୋଗ କରିଛନ୍ତି। ଏନେଇ ସେମାନେ ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, କାଲି ବାଜପେୟୀଙ୍କ ଅସ୍ଥିକଳସ ଭୁବନେଶ୍ୱର ଆସିବା ପରେ ଗୁରୁବାର ପୁରୀ ମହୋଦଧିରେ ବିସର୍ଜନ ପାଇଁ ଶୋଭାଯାତ୍ରାରେ ଯାଉଥିଲା। ବିଜେପି ପକ୍ଷରୁ ବିଜୁ ଯୁବ ବାହିନୀ ସମ୍ପର୍କରେ ଅଭିଯୋଗ ପରେ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
from Odisha Reporter https://ift.tt/2o3J5PD
No comments:
Post a Comment