
ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲା ମଇଦାନପଦର ଗ୍ରାମରେ ଟାକୁଆ ପିଠା ଖାଇ ଗୋଟିଏ ପରିବାରର ୨ ଯାଆ ଏବଂ ଜଣେ ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଶିଶୁର ଅବସ୍ଥା ଗୁରୁତର ରହିଛି।
ଝରିଗାଁ ବ୍ଲକ୍ ମଇନାପଦର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ ଗତକାଲି ଏହି ଗ୍ରାମର ଡମ୍ବୁରୁ ସାନ୍ତା ନିଜ ଘରେ ଆମ୍ବ ଟାକୁଆ ପିଠା କରିଥିଲେ। ଯାହାକୁ ଖାଇବାର କିଛି ସମୟ ପରେ ତାଙ୍କ ନାବାଳିକା ନାତୁଣୀ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିଲା।
ଏହାପରେ ପିଠା ଖାଇ ଅସୁସ୍ଥ ଥିବା ପରିବାରର ଅନ୍ୟ ୩ ଜଣଙ୍କୁ ପ୍ରଥମେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଡମ୍ବୁରୁ ସାନ୍ତାଙ୍କ ବଡ଼ ବୋହୂ ସୁଧାମଣି ସାନ୍ତାଙ୍କ ମୃତ୍ୟୁ ହୋଇଥିବା ବେଳ ପରେ ଆଖି ବୁଜିଥିଲେ ସାନ ବୋହୂ ପ୍ରମିଳା ।
ନାତି ପ୍ରକାଶଙ୍କ ଅବସ୍ଥା ଗୁରୁତର ରହିଛି । ସେପଟେ ଏହି ଖବର ଜଣାପଡିବା ପରେ ଝରିଗାଁରୁ ଏକ ଡାକ୍ତରୀ ଦଳ ଉକ୍ତ ଗାଁକୁ ଯାଇ ଟାକୁଆ ପିଠା ଖାଇଥିବା ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛି । ଝରିଗାଁ ବିଡିଓ ଓ ତହସିଲଦାର ମଧ୍ୟ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।
from Odisha Reporter https://ift.tt/2Mokjs2
No comments:
Post a Comment