କୁକୁର ନାଁରେ ୪ ଲକ୍ଷ ଟଙ୍କାର ମୁଣ୍ଡଜାମିନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

କୁକୁର ନାଁରେ ୪ ଲକ୍ଷ ଟଙ୍କାର ମୁଣ୍ଡଜାମିନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଲମ୍ବିଆର ବଗୋଟା ଏୟାରପୋର୍ଟରେ ନିୟୋଜିତ ‘ସୋମବ୍ରା’କୁ ଏବେ ମିଳୁଛି ପୁଲିସ୍‌ ସୁରକ୍ଷା। ଯୁଆଡେ ଯାଉଛି ତା ସହ ଯାଉଛନ୍ତି ପୁଲିସ୍‌ ଅଧିକାରୀ। କାରଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ସୋମବ୍ରା କେହି ବଡ଼ ରାଜନୈତିକ ନେତା କି ପ୍ରଶାସନିକ ଅଧିକାରୀ ନୁହେଁ। ଏ ହେଉଛି କଲମ୍ବିଆ ପୁଲିସ୍‌ର ସନ୍ଧାନୀ କୁକୁର। ପୁଲିସ୍‌କୁ ତଦନ୍ତ ପ୍ରକ୍ରିୟାରେ ସହାୟତା କରୁଥିବା ଏହି କୁକୁରକୁ ଏବେ ପୁଲିସ୍‌ ସୁରକ୍ଷା ଯୋଗାଇ ଦେଉଛି। କାରଣ ତାକୁ ମିଳିଛି ହତ୍ୟା ଧମକ୍‌। ଏମିତିକି ତାକୁ ଧରେଇ ଦେଲେ ୪ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛି ଏକ ଆନ୍ତଃରାଜ୍ୟ ମାଫିଆ ସଙ୍ଗଠନ।

ଏତେ ସବୁ ପଢ଼ିଲା ପରେ ଆପଣ ଭାବୁଥିବେ, ସୋମବ୍ରା ଏମିତି କ’ଣ କଲା ଯେ, ତା ପାଇଁ ଏତେ ମୋଟା ଅଙ୍କର ମୁଣ୍ଡ ଜାମିନ୍‌ ଘୋଷଣା କରାଗଲା?

ବାସ୍ତବରେ ‘ସୋମବ୍ରା’ ଏକ ବିରାଟ କାରନାମା କରିଛି। ନିକଟରେ ଏକ ମାଫିଆ ସଙ୍ଗଠନର କିଛି ଲୋକେ ୧୦ ଟନ୍‌ କୋକେନ୍‌ ଚାଲାଣ କରୁଥିଲେ। ଅତି ଚତୁରତାର ସହ ସେମାନେ ଏହି ତଷ୍କରୀ କରୁଥିବା ବେଳେ ସୋମବ୍ରା ସକାଶେ ଧରା ପଡ଼ିଥିଲେ। ଆଉ ସେ ପାଲଟି ଯାଇଥିଲା ମାଫିଆମାନଙ୍କ ଶତ୍ରୁ।

କେବଳର ଏହି ଗୋଟିଏ କାରନାମା ନୁହେଁ, ପୂର୍ବରୁ ସୋମବ୍ରା ଏମିତି ଅନେକ କାରନାମା ଦେଖାଇଛି। ୧୦୧୬ରେ ମଧ୍ୟ ସୋମବ୍ରା ପାଇଁ ୧୧ ଟନ୍‌ କୋକେନ୍‌ ଚୋରା ଚାଲାଣ ବେଳେ ପୁଲିସ ଜବତ କରିଥିଲା। ଅତି ଚତୁରତାର ସହ କୋକେନ୍‌କୁ କଦଳୀ ଭିତରେ ଭର୍ତ୍ତି କରି ନିଆ ଯାଉଥିବା ବେଳେ ପୁଲିସ ଜବତ କାରିଥିଲା। ସେବେଠାରୁ ପୋଲିସ୍ ପାଇଁ ଗେହ୍ଲାପୁଅ ପାଲଟିଥିବା ସୋମବ୍ରା, କୋକେନ୍ ମାଫିଆଙ୍କ ପାଇଁ ପରମ ଶତ୍ରୁ ପାଲଟି ଯାଇଛି।



from Odisha Reporter https://ift.tt/2wirbw7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages