
ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ କନାଗୁଳି ଗାଁରେ ଡେଙ୍ଗୁ ଆତଙ୍କ ଦେଖାଦେଇଛି। ଗାଁରେ ୪୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନେ ସମସ୍ତେ କଟକ ଓ ପାରାଦୀପ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ସେହିପରି ଏହି ଗାଁରେ ୫୦ରୁ ଅଧିକ ଲୋକ ଜ୍ୱରରେ ପୀଡ଼ିତ ହୋଇ ଔଷଧ ଖାଉଛନ୍ତି। ପ୍ରତିଦିନ ୪ରୁ ୫ ଜଣଙ୍କୁ କଟକ କିମ୍ୱା ପାରାଦୀପ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି।
ଦିନକୁ ଦିନ ଗାଁରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ନେଇ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅଶୋକ କୁମାର ପଟ୍ଟନାୟକ କହିଛନ୍ତି,“ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଁରେ ୨ ଟି କ୍ୟାମ୍ପ୍ ଖୋଲାଯାଇଛି। ଏକ ୧୦ ଜଣିଆ ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝୁଛନ୍ତି।”
from Odisha Reporter https://ift.tt/2PwShZg
No comments:
Post a Comment