ଘରେ ପ୍ରସ୍ତୁତ କରନ୍ତୁ ମଟନ୍‌ ହାଲିମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 23, 2018

ଘରେ ପ୍ରସ୍ତୁତ କରନ୍ତୁ ମଟନ୍‌ ହାଲିମ୍

muttonhaleem

ଆବଶ୍ୟକ ସାମଗ୍ରୀ: ମଟନ୍‌, ମୁଗ ଡାଲି, ବୁଟ ଡାଲି, ଗହମ, ଘିଅ, ଲବଙ୍ଗ, ତେଜପତ୍ର, କେଶର, ବଟା କଞ୍ଚାଲଙ୍କା, ଜାୟତ୍ରୀ, ଗୁଜୁରାତି, ଅଦା ଓ ରସୁଣ ବଟା, ଭଜା ପିଆଜ ଏବଂ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆବଶ୍ୟକ ପରିମାଣର ଡାଲି (ଉଭୟ ମୁଗ ଓ ବୁଟ) ଓ ଗହମକୁ ଦୁଇଘଣ୍ଟା ପାଇଁ ପାଣିରେ ବତୁରେଇ ଦିଅନ୍ତୁ।

ଏହା ବତୁରିଯିବା ପରେ କଡ଼େଇରେ ଘିଅ ଗରମ କରି ଏଥିରେ ତେଜପତ୍ର, ଲବଙ୍ଗ, ଜାୟତ୍ରୀ ଓ ଗୁଜୁରାତି ପକାନ୍ତୁ। ପରେ ଏଥିରେ ଅଦା ଓ ରସୁଣ ବଟାକୁ ପକାଇ ମସଲାକୁ କଷନ୍ତୁ। ମସଲାର ରଙ୍ଗ ହାଲ୍‌କା ଲାଲ୍‌ ହେବା ଯାଏ ଏହାକୁ କଷନ୍ତୁ। ବର୍ତ୍ତମାନ ମଟନ୍‌ ସହ କଞ୍ଚା ଲଙ୍କା ପେଷ୍ଟ୍‌, ହଳଦୀ ଗୁଣ୍ଡ, ଲୁଣ ଓ କେଶର ପକାଇ ଦିଅନ୍ତୁ। ମଟନ୍‌ ଅଧା ସିଝିବା ଯାଏ ମିଶ୍ରଣକୁ କଷନ୍ତୁ । ଏବେ ଏଥିରେ ପୂର୍ବରୁ ବତୁରିଥିବା ଗହମ ଓ ଡାଲି ପକାଇ ଦିଅନ୍ତୁ। ଡାଲି ପୁରା ସିଝିବା ସହ ଏହା ମିଶିବା ଯାଏ ମଟନ୍‌କୁ କଷନ୍ତୁ। ମଟନ୍‌ ସମ୍ପୂର୍ଣ ସିଝିଯିବାପରେ ଏହାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ମଟନ୍‌ ହାଲିମ୍।

ଏହାକୁ ରୁଟି, ପରଟା କିମ୍ବା ନାନ୍‌ ସହ ଖାଆନ୍ତୁ ଏବଂ ଖୁଆନ୍ତୁ।



from Odisha Reporter https://ift.tt/2wkNQIo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages