ଏହି କାରଣରୁ ଦେବୁ ଦା’ଙ୍କୁ ଖୁବ୍ ଭଲ ପାଉଥିଲେ ଇଣ୍ଡଷ୍ଟ୍ରୀର ନୂଆ କଳାକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 25, 2018

ଏହି କାରଣରୁ ଦେବୁ ଦା’ଙ୍କୁ ଖୁବ୍ ଭଲ ପାଉଥିଲେ ଇଣ୍ଡଷ୍ଟ୍ରୀର ନୂଆ କଳାକାର

ଓଡ଼ିଆ ଚଳଚ୍ଚିତ୍ର ଜଗତରୁ ବିଦାୟ ନେଇଛନ୍ତି ଆମ ସମସ୍ତଙ୍କର ପ୍ରିୟ ଦେବୁ ବୋଷ। ଯାହାଙ୍କୁ ସାରା ଇଣ୍ଡଷ୍ଟ୍ରୀ ଦେବୁଦା ଭାବେ ଜାଣିଥିଲା। ରାଜ୍ୟ ସରକାରଙ୍କ ଅଧୀନରେ ଚାକିରି କରୁଥିଲେ ବି ଅଭିନୟ ତାଙ୍କ ପାଇଁ ଥିଲା ନିଶା। ତାଙ୍କ ସହ ଟେଲିଭିଜନ ଧାରାବାହିକରେ କାମ କରିଥିବା ଜଣାଶୁଣା କାର୍ଯ୍ୟକ୍ରମ ପ୍ରଯୋଜକ ତଥା ମଞ୍ଚ ଓ ଚଳଚ୍ଚିତ୍ର ସହନିର୍ଦ୍ଦେଶକ ସୌମ୍ୟକାନ୍ତ ନନ୍ଦ କହିଛନ୍ତି କିଛି ଅନୁଭୂତି ସଂପର୍କରେ।

ଦେବୁ ବୋଷ ଜଣେ ଭଲ ମଣିଷ ଏବଂ ଭଲ କଳାକାର ଥିଲେ। ଜଣେ ଭଲ ମଣିଷ ହିଁ, ତା’ କାମ ମାଧ୍ୟମରେ ଏକ ସୂତନ୍ତ୍ର ପରିଚୟ ସୃଷ୍ଟି କରିପାରେ। ସେହି ନ୍ୟାୟରେ , ଏକ ନିଆରା ପରିଚୟ ସୃଷ୍ଟି କରିଥିଲେ ଦେବୁ ଦା। ସଦାସର୍ବଦା ହସ ହସ ମୁହଁ। ଛୋଟରୁ ବଡ଼ ଯାଏ ସମସ୍ତଙ୍କ ସହ ମିଶିବା, ତାଙ୍କର ଅତି ଆପଣାର ଭାବ ଯୋଗୁଁ ତାଙ୍କୁ ଶ୍ରଦ୍ଧା ଓ ସମ୍ମାନ କରୁଥିଲେ ସମସ୍ତେ।

ଏମିତି ଜଣେ ଭଲ ମଣିଷ ଓ କଳାକାରଙ୍କ ସହ କାମ କରିବାର ସୌଭାଗ୍ୟ ମତେ ମିଳିଥିଲା। ଚାକିରିରେ ବ୍ୟସ୍ତତା ଏବଂ ଜଣେ ବ୍ୟସ୍ତ କଳାକାର ଭାବରେ ତାଙ୍କର ଟାଇମ୍‌ ମ୍ୟାନେଜ୍‌ମେଣ୍ଟ ବା ସମୟକୁ ଭାଗ ଭାଗ କରିବାର କଳା ତାଙ୍କୁ ଠିକ୍ ଜଣା ଥିଲା।

ଶୁଟିଂ ସମୟରେ ତାଙ୍କ ପାଇଁ କେହି କେବେ ଅସୁବିଧାରେ ପଡ଼ନ୍ତିନି। ମୋର ମନେ ଅଛି ସେଦିର କଥାଟିଏ। ‘ସାରା ଆକାଶ’ ଧାରାବାହିକ ଶୁଟିଂ ଚାଲିଥାଏ। ଏମିତି କୌଣସି ଦିନ ନାହିଁ, ଦେବୁ ଦା’ଙ୍କ ପାଇଁ ଶୁଟିଂ ବିଳମ୍ବରେ ଆରମ୍ଭ ହେବା ମୁଁ ଦେଖିନି।

ସେଟ୍‌ରେ ସେ ଉପସ୍ଥିତ ଥିଲେ, ଜଣେ କେହି ନିଜର ଲୋକଟିଏ ପାଖରେ ଅଛି ଭଳି ଲାଗେ। ଅଭିନୟ କଳାବେଳେ କଣ୍ଟିନ୍ୟୁଟିକୁ ପୂରା ଧ୍ୟାନରେ ରଖୁଥିଲେ। ଯଦିଓ ସେ କାମ ସହଯୋଗୀ ନିର୍ଦ୍ଦେଶକଙ୍କର। ଆମେ ଭୁଲି ଯାଉଥିଲେ ବି, ସେ ମନେ ପକାଇ ଦେଉଥିଲେ। ତାଗିଦ୍‌ ମଧ୍ୟ କରୁଥିଲେ। କିନ୍ତୁ ତାଙ୍କର ଏହି ତାଗିଦ୍‌ ଭିତରେ ଥିଲା ଆପଣାପଣ ଓ କର୍ମନିଷ୍ଠତା। ଯେଉଁଥିପାଇଁ ଆମ ମୁଣ୍ଡ ନଇଁ ଯାଉଥିଲା ତାଙ୍କ ନିକଟରେ।

ଦିନକର କଥା, ଆମେ ତାଙ୍କୁ ‘ସାରା ଆକାଶ’ ଶୁଟିଂ ସେଟ୍‌କୁ ଆଣିବାକୁ ଯାଇଥିଲୁ। କୌଣସି କାରଣ ବଶତଃ ଆମେ ତାଙ୍କ ନିକଟରେ ପହଞ୍ଚିବା ବିଳମ୍ବ ହୋଇଗଲା। ସେତେବେଳକୁ ସେ ଆମକୁ ଅପେକ୍ଷା କରି କରି ଘର ବାହାରକୁ ଆସି ଛିଡ଼ା ହୋଇଥିଲେ। ତାଙ୍କୁ ଦେଖି ଆମେ ଅପ୍ରସ୍ତୁ ହୋଇଗଲୁ। ଭାବିଥିଲୁ ଦାଦା ଟିକିଏ ବିରକ୍ତ ହୋଇପାରନ୍ତି। ହେଲେ ଆଶ୍ଚର୍ଯ୍ୟର ବିଷୟ ଯେ, ସେ ସେମିତି କିଛି ବ୍ୟସ୍ତ ଥିଲା ପରି ବ୍ୟବହାର କଲେନି। ଅତି ସହଜ ଭାବରେ ଆମ ସହିତ ଆସିଥିଲେ ଶୁଟିଂ ସେଟ୍‌କୁ।

ଆଉ ଦିନକର ଘଟଣା, ଦେବୁ ଦା’ଙ୍କର ଅଫିସ୍‌ରେ ଗୁରୁତ୍ୱପୂର୍ଣ୍ଣ ମିଟିଂ ଥିଲା। ଘଟଣାଚକ୍ରରେ ଏଭଳି ପରିସ୍ଥିତି ଗୁଡ଼ିଏ ସୃଷ୍ଟି ହୋଇଥାଏ ଯେ, ତାଙ୍କ ସିନ୍‌ ନିହାତି ଶୁଟିଂ ହେବା ଦରକାର ପଡ଼ୁଥିଲା। ନିର୍ଦ୍ଦେଶକ ଜିତେନ୍ଦ୍ର  ମହାପାତ୍ର, ଏ ବିଷୟରେ ତାଙ୍କୁ ଜଣାଇଲା ପରେ  ସେ ଅଡ଼ୁଆରେ ପଡ଼ି ଯାଇଥିଲେ।

କିନ୍ତୁ ସେ ଏଥିରେ ବ୍ୟସ୍ତ ନହୋଇ, ସକାଳୁ ଶୁଟିଂ ଆରମ୍ଭ କରି ଅପରାହ୍ଣ ୪ଟା ଭିତରେ ଶୁଟିଂ ସାରିବାର ପ୍ରସ୍ତାବ ଦେଲେ ନିର୍ଦ୍ଦେଶକଙ୍କୁ। ତାଙ୍କର ଏହି ପ୍ରସ୍ତାବରେ ନିର୍ଦ୍ଦେଶକ ରାଜି ହେବା ପରେ, ଠିକଣା ସମୟରେ ସବୁ କାମ ସରିଥିଲା ସେଦିନ। ଏହି ଘଟଣା ପାଇଁ ସେ ନିର୍ଦ୍ଦେଶକଙ୍କ ସମେତ ଆମ ସମସ୍ତଙ୍କ ଉପରେ ଖୁସି ହୋଇଥିଲେ।

ଦେବୁ ଦା’ଙ୍କର ଚରିତ୍ରର ଆଉଏକ ବିଶେଷ ଦିଗ ହେଲା, ସିନ୍‌ରେ ନୂଆ କଳାକାରଙ୍କ ସହ ଅଭିନୟ କଲାବେଳେ, ସେ ସେମାନଙ୍କୁ ଏତେ ଉତ୍ସାହିତ କରୁଥିଲେ ଯେ, ସେମାନେ ନର୍ଭସ୍‌ ନ ହୋଇ ଅତି ସହଜରେ ଅଭିନୟ କରି ପାରୁଥିଲେ। ତାଙ୍କର ଏହି ଗୁଣ ପାଇଁ ତାଙ୍କୁ ନୂଆ କଳାକାର ସବୁଠୁ ବେଶୀ ଭଲ ପାଉଥିଲେ।

ଏହି ମହାନ୍‌ କଳାକାରଙ୍କ ଅବର୍ତ୍ତମାନରେ ଆମେ ତାଙ୍କ ଭିତରେ ଥିବା ସହନଶୀଳତା, ବିନମ୍ରତା ଏବଂ ସମୟାନୁବର୍ତ୍ତିତା ଭଳି ଗୁଣଗୁଡ଼ିକ ଗ୍ରହଣ କରି ଆଗକୁ ଚାଲିଲେ, ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୋର ଧାରଣା।



from Odisha Reporter https://ift.tt/2MtQOFf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages