
ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ଗତକାଲି ରାତିରେ ଘରେ ପଶି ଜଣଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ହେଲେ ସେହି ଗାଁର ପ୍ରଦୀପ ମଲ୍ଲିକ।
ସୂଚନା ଅନୁସାରେ, ଏକ କାଠ ଫାଳିଆରେ ପ୍ରଦୀପଙ୍କ ମୁଣ୍ଡକୁ ଜୋରରେ ଆଘାତ କରାଯାଇଛି। ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତଦେହ ନିକଟରେ ରକ୍ତ ଲାଗିଥିବା କାଠ ଫାଳିଆଟି ପଡ଼ିଥିଲା।
ଏ ଘଟଣା ବେଳେ ପ୍ରଦୀପଙ୍କ ସ୍ତ୍ରୀ ଘରେ ନଥିଲା। ସେ ତାଙ୍କ ବାପ ଘରକୁ ଯାଇଥିଲେ। ଗୋବିନ୍ଦପୁର ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
from Odisha Reporter https://ift.tt/2BPyscU
No comments:
Post a Comment