ଭ୍ରମଣ ପାଇଁ ଅର୍ଥ ବାଧକ ସାଜିଛି, କି? ଆପଣାନ୍ତୁ, ଏହି ୫ଟି ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 25, 2018

ଭ୍ରମଣ ପାଇଁ ଅର୍ଥ ବାଧକ ସାଜିଛି, କି? ଆପଣାନ୍ତୁ, ଏହି ୫ଟି ଉପାୟ

travel

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ନୂଆ ସ୍ଥାନ ଭ୍ରମଣ କରିବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ କେତେକଙ୍କ ପାଇଁ ଅର୍ଥ ଏଥିରେ ମୁଖ୍ୟ ପ୍ରତିବନ୍ଧକ ହୋଇଥାଏ। ଅର୍ଥାତ୍‌ ଟଙ୍କାର ଅଭାବ ଯୋଗୁ ଲୋକେ ଇଚ୍ଛା ଥାଇ ମଧ୍ୟ ବିଭିନ୍ନ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି ନାହିଁ। ତେବେ ଖର୍ଚ୍ଚକୁ କମ୍‌ କରି ଆପଣ ମଧ୍ୟ ଦୂର ସ୍ଥାନକୁ ଭ୍ରମଣରେ ଯାଇପାରିବେ।

କମ୍‌ ଟଙ୍କାରେ କେମିତି ଦୂର ସ୍ଥାନକୁ ଯାତ୍ରା କରିବେ, ଆସନ୍ତୁ ଜାଣିବା ତା’ର ୫ଟି ସହଜ ଉପାୟ

ଅଫ୍‌ ସିଜନ୍‌ରେ ଭ୍ରମଣରେ ଯାଆନ୍ତୁ: କମ୍‌ ଖର୍ଚ୍ଚରେ ଯଦି ଆପଣ ଭ୍ରମଣ କରିବାକୁ ଚାହୁଁଛନ୍ତି, ତେବେ ଅଫ୍‌ ସିଜନ୍‌ରେ ବୁଲାବୁଲିର ଯୋଜନା କରନ୍ତୁ। କାରଣ ଏହି ସମୟରେ ହିଁ ଯାତ୍ରା ପାଇଁ ଟିକେଟ୍‌ ଶସ୍ତାରେ ମିଳିଥାଏ। ଏଥିସହ ଖାଇବା ଏବଂ ରହିବା ପାଇଁ ମଧ୍ୟ ଅଫ୍ ସିଜନ୍‌ରେ ଟଙ୍କା କମ୍‌ ଖର୍ଚ୍ଚ ହୋଇଥାଏ।

ବିମାନ ବଦଳରେ ଟ୍ରେନ୍‌ରେ ଯାତ୍ରା କରନ୍ତୁ: ବିଭିନ୍ନ ସ୍ଥାନକୁ ଯିବାବେଳେ ବିମାନ ବଦଳରେ ଟ୍ରେନ୍‌ରେ ହିଁ ଯାତ୍ରା କରନ୍ତୁ। କାରଣ, ବିମାନ ଅପେକ୍ଷା ଟ୍ରେନ୍‌ରେ ଯାତ୍ରା ଦ୍ୱାରା କମ୍‌ ଅର୍ଥ ଖର୍ଚ୍ଚ ହୋଇଥାଏ। ଏଥିସହ ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଆପଣ ଗାଁଗହଳିର ପ୍ରାକୃତିକ ପରିବେଶକୁ ମଧ୍ୟ ଉପଭୋଗ କରିପାରିବେ।

କମ୍‌ ଜିନିଷ ନେଇ ଯାତ୍ରା କରନ୍ତୁ:ବୁଲାବୁଲି ପାଇଁ ବାହାରକୁ ଯିବା ସମୟରେ ଯେତେ ହୋଇପାରେ, ଆପଣଙ୍କ ଲଗେଜ୍‌କୁ ସେତେ କମାଇ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କୁ ବୁଲାବୁଲି କରିବାବେଳେ  କୌଣସି ପ୍ରକାର ସମସ୍ୟା ହେବନାହିଁ ।

ସାଙ୍ଗରେ ଖାଦ୍ୟ ନେଇ ଯାଆନ୍ତୁ:ବାହାରୁ ଖାଦ୍ୟ କିଣିବା ପରିବର୍ତ୍ତେ ଯଥାସମ୍ଭବ ନିଜ ହାତ ତିଆରି ବା ଘରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ସାଙ୍ଗରେ ନେବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଖର୍ଚ୍ଚ ବହୁତ୍ କମିଯିବ।

ମଙ୍ଗଳବାର ହିଁ ଯାତ୍ରା କରନ୍ତୁ:ଯାତ୍ରା କରିବା ପାଇଁ ମଙ୍ଗଳବାର ସବୁଠାରୁ ଠିକ୍‌ ଦିନ। କାରଣ ମଙ୍ଗଳବାରରେ ପ୍ରାୟତଃ ବିମାନ ଟିକେଟ୍‌ ଶସ୍ତା ଥାଏ।

 



from Odisha Reporter https://ift.tt/2oc38vq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages