
ଲଣ୍ଡନ୍: ନାଇଟ୍ କ୍ଲବ ବାହାରେ ମାରପିଟ୍ ଅଭିଯୋଗରେ ଫସିଥିବା ଇଂଲଣ୍ଡର ଷ୍ଟାର୍ ଅଲ୍ରାଉଣ୍ଡର୍ ବେନ୍ ଷ୍ଟୋକ୍ସ ଏହି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ବ୍ରିଷ୍ଟଲ କ୍ରାଉନ୍ କୋର୍ଟ ଏହି ରୁଲିଂ ଦେଇଛନ୍ତି।
ଗତବର୍ଷ ସେପ୍ଟେମ୍ବରରେ ଦକ୍ଷିଣ ଇଂଲଣ୍ଡର ଏକ ନାଇଟ୍ କ୍ଲବ ଆଗରେ ଷ୍ଟୋକ୍ସ ଦୁଇ ଜଣ ଯୁବକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ମଦ ପିଇ ସେ ଏପରି ଆକ୍ରମଣ କରିଥିବା ସରକାରୀ ଓକିଲ କୋର୍ଟଙ୍କୁ ଦର୍ଶାଇଥିଲେ।
ସୂଚନା ଅନୁସାରେ, ଘଟଣା ଦିନ ଏମ୍ବାର୍ଗୋ ନାଇଟ୍ କ୍ଲବରେ ପ୍ରବେଶ ପାଇଁ ଷ୍ଟୋକ୍ସଙ୍କୁ ଅନୁମତି ମିଳି ନଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ରାୟନ୍ ଅଲ୍ଲୀ ଓ ରାୟନ୍ ହାଲେ ଷ୍ଟୋକ୍ସଙ୍କୁ ଦେଖାଇ କଟାକ୍ଷ କରିଥିଲେ।
ଏଥିରେ ରାଗିଯାଇ ଷ୍ଟୋକ୍ସ ସେମାନଙ୍କୁ ଆକ୍ରମଣ କରିବା ସହ ମାଡ଼ ମାରି ଅଚେତ କରିଦେଇଥିଲେ। ଏହି ଘଟଣା ବେଳେ ଷ୍ଟୋକ୍ସଙ୍କ ସହ ଇଂଲଣ୍ଡ ଟିମ୍ର ସାଥି ଖେଳାଳି ଆଲେକ୍ସ ହେଲ୍ସ ଥିଲେ ବୋଲି ସରକାରୀ ଓକିଲ କୋର୍ଟଙ୍କୁ ଜଣାଇଥିଲେ।
ତେବେ ଷ୍ଟୋକ୍ସ କୋର୍ଟରେ ନିଜର ପକ୍ଷ ରଖି କହିଥିଲେ, ସଂପୃକ୍ତ ଦୁଇ ଯୁବକ ପ୍ରଥମେ ତାଙ୍କୁ ଆକ୍ରମଣ କରିଥିଲେ। ଏଥିରୁ ନିଜକୁ ରକ୍ଷା କରିବା ପାଇଁ ସେ କେବଳ ପ୍ରତିରୋଧ କରିଥିଲେ। ସେ ଦିନ ସେ ମଦ ପିଇ ନଥିଲେ। ତେବେ ପ୍ରତିପକ୍ଷଙ୍କୁ ସେ କ’ଣ କହିଥିଲେ, ତାହା ତାଙ୍କର ମନେ ନାହିଁ ବୋଲି ଷ୍ଟୋକ୍ସ ତାଙ୍କ ବୟାନରେ କୋର୍ଟଙ୍କୁ ଦର୍ଶାଇଥିଲେ।
ମାମଲାର ଶୁଣାଣି ପରେ ବିଚାରପତି ଷ୍ଟୋକ୍ସଙ୍କୁ ବିନା ଦୋଷରେ ମୁକ୍ତି ଦେଇଛନ୍ତି।
from OdishaReporter https://ift.tt/2KNZqRq
No comments:
Post a Comment