ସ୍ୱାଧୀନତା ଦିବସ ପରେଡ୍‌ରେ ଭାଗ ନେବେନି ସ୍କୁଲ ପିଲା, କଟକଣା ଲଗାଇଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ସ୍ୱାଧୀନତା ଦିବସ ପରେଡ୍‌ରେ ଭାଗ ନେବେନି ସ୍କୁଲ ପିଲା, କଟକଣା ଲଗାଇଲେ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ସ୍ୱାଧୀନତା ଦିବସରେ ହେବାକୁ ଥିବା ପରେଡ୍‌ ଉତ୍ସବରେ ଭାଗ ନେବେନି କୌଣସି ସ୍କୁଲ ପିଲା। ଲଘୁଚାପ ଜନିତ ବଡ଼ ବର୍ଷା ହେବାର ସମ୍ଭାବନା ଥିବାରୁ ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ଗୃହ ବିଭାଗ। ଏନେଇ ସବୁ ଆର୍‌ଡିସି ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା। ତେବେ ପରେଡ଼ରେ କେବଳ ପୁଲିସ ଓ ପାରା ମିଲିଟାରୀ ଫୋର୍ସ ଭାଗ ନେବେ ବୋଲି ଚିଠିରେ ଉଲ୍ଲେଖ ରହିଛି।

ସେହିପରି ସ୍ୱାଧୀନତା ଦିବସ ପାଳନ ବେଳେ ସମ୍ଭାବ୍ୟ ବର୍ଷା ଓ ବଜ୍ରପାତ ପାଇଁ ସତର୍କ ରହିବାକୁ ମଧ୍ୟ କୁହାଯାଇଛି। ପରିସ୍ଥିତିକୁ ଦେଖି ସାଂସ୍କୃତିକ ଓ ଶାରୀରିକ କୌଶଳ ପ୍ରଦର୍ଶନ କାର୍ଯ୍ୟକ୍ରମକୁ ମଧ୍ୟ ଏଡାଇବା ଲାଗି ଚିଠିରେ ପରାମର୍ଶ ଦିଆଯାଇଛି।

ରାଜ୍ୟସ୍ତରୀୟ, ଜିଲ୍ଲାସ୍ତରୀୟ, ଉପଖଣ୍ଡସ୍ତରୀୟ ଓ ସରକାରୀ କାର୍ଯ୍ୟାଳୟ ଏବଂ ସ୍କଲ୍‌ ଗୁଡ଼ିକରେ ସ୍ୱାଧୀନତା ଦିବସ ପରେଡ୍‌ରେ ପିଲାମାନଙ୍କ ସାମଲ ଉପରେ କଟକଣା ଜାରି କରିଛନ୍ତି।



from OdishaReporter https://ift.tt/2MK8B7e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages