୧୧ଥରର ବିଶ୍ୱ ବିଜେତା ଏବେ ପାରାଲିସିସ୍‌ରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

୧୧ଥରର ବିଶ୍ୱ ବିଜେତା ଏବେ ପାରାଲିସିସ୍‌ରେ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ଟ୍ରାକ୍ ସାଇକ୍ଲିଂ ରେସ୍‌ରେ ଦୁଇ ଥରର ଚାମ୍ପିୟନ୍ ଏବଂ ୧୧ଥର ବିଶ୍ୱ ବିଜେତା ଜର୍ମାନୀର କ୍ରିଷ୍ଟିନା ଭୋଗେଲ ଏବେ ପାରାଲିସିସ୍‌ରେ ପଡ଼ିଛନ୍ତି। ଏହି ଖବର ପ୍ରଚାର ହେବା ପରେ ସାରା ବିଶ୍ୱରେ ଶୋକର ଛାୟା ଖେଳି ଯାଇଛି।
ଏକ ଦୁର୍ଘଟଣା ପରେ ୨୭ ବର୍ଷୀୟ କ୍ରିଷ୍ଟିନା ପାରାଲିସିସ୍‌ର ଶିକାର ହୋଇଥିବା ଜଣାପଡ଼ିଛି।
ପ୍ରାୟ ଦୁଇ ମାସ ତଳେ କ୍ରିଷ୍ଟିନା ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କ ସ୍ପାଇନାଲ୍‌କର୍ଡରେ ଗୁରୁତର ଆଘାତ ଲାଗିଥିଲା । ସେବେଠାରୁ ସେ ଚିକିତ୍ସାଧୀନ ଥିଲେ। ଏବେ ସେ ଗଣମାଧ୍ୟମକୁ ପାରାଲିସିସରେ ପଡ଼ିଥିବା ଜଣାଇଛନ୍ତି।
କିନ୍ତୁ ନୂଆ ସେ ଏକ ସାକ୍ଷାତକାରରେ କହିଛନ୍ତି, ଏବେ ମୋ ପାଖରେ ଆଉ କୌଣସି ଉପାୟ ନାହିଁ । ଆଉ ପୂର୍ବଭଳି ଚାଲି ପାରୁନାହିଁ। ମୁଁ ସର୍ବଦା ଫିଟ୍ ରହିବାକୁ ଚାହେଁ। କିନ୍ତୁ ମୋ ଭାଗ୍ୟରେ ବୋଧେ ଏହା ଆଉ ନାହିଁ । ଲାଗୁଛି, ସାରା ଜୀବନ ଏହି ଅବସ୍ଥାରେ ମୁଁ ରହିବି।”
କ୍ରିଷ୍ଟିନା ଜର୍ମାନ୍ ଟ୍ରାକ୍ ସାଇକ୍ଲିଂ ଟିମ୍ ଇତିହାସର ସବୁଠାରୁ ସଫଳ ଆଥ୍‌ଲେଟ୍‌।
ସେ ଜୁନ୍‌ରେ ଏକ ଟ୍ରେନିଂ ସେସନ୍ ବେଳେ ନେଦରଲ୍ୟାଣ୍ଡସ୍‌ର ଜଣେ ଯୁବ ସାଇକ୍ଲିଷ୍ଟଙ୍କ ସହ ଧକ୍କା ହେବା ଫଳରେ ଆହତ ହୋଇଥିଲେ। ଏହି ଦୁର୍ଘଟଣା ପରେ ବର୍ଲିନ୍  ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଅନେକ ଅସ୍ତ୍ରୋପଚାର କରାଯାଇଥିଲା । ହେଲେ କୌଣସି ସୁଫଳ ମିଳି ନଥିଲା। ତାଙ୍କ ଜୀବନ ସିନା ବଞ୍ଚି ଯାଇଥିଲା, ହେଲେ ସେ ସବୁଦିନ ପାଇଁ ପାରାଲିସିସ୍‌ରେ ପଡ଼ିଛନ୍ତି। ଏହା ପୂର୍ବରୁ ୨୦୦୯ରେ ମଧ୍ୟ ସେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ, ଯେଉଁଥିରେ ଦୁଇଦିନ ପର୍ଯ୍ୟନ୍ତ ତାଙ୍କୁ ଆର୍ଟିଫିସିଆଲ୍ କୋମାରେ ରହିବାକୁ ପଡ଼ିଥିଲା।


from Odisha Reporter https://ift.tt/2CFIq0S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages