କାହିଁକି ବିରାଟ୍‌ଙ୍କ ପାଇଁ ଅଧିନାୟକ ପଦ ଛାଡ଼ିଥିଲେ ଧୋନି, ଜାଣନ୍ତୁ କ’ଣ କହିଲେ ମାହି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 13, 2018

କାହିଁକି ବିରାଟ୍‌ଙ୍କ ପାଇଁ ଅଧିନାୟକ ପଦ ଛାଡ଼ିଥିଲେ ଧୋନି, ଜାଣନ୍ତୁ କ’ଣ କହିଲେ ମାହି

ନୂଆଦିଲ୍ଲୀ: ୨୮ ବର୍ଷ ପରେ ବିଶ୍ୱକପ୍‌ ଜିତିଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ଥିବା ମହେନ୍ଦ୍ର ସିଂହ ଧୋନି(ମାହି) କାହିଁକି ଅପ୍ରତ୍ୟାଶିତ ଭାବେ କ୍ୟାପଟେନ ପଦ ଛାଡ଼ିଥିଲେ, ତା’ର ଖୁଲାସା  କରିଛନ୍ତି। ସେ କହିଛନ୍ତି, ବିରାଟ୍‌ କୋହଲିଙ୍କ ପାଇଁ ସେ ପଦ ଛାଡ଼ିଥିଲେ। ହେଲେ କାହିଁକି ? କ’ଣ ତାଙ୍କୁ ଏପରି କରିବାକୁ କିଏ ବାଧ୍ୟ କରିଥିଲା? ଏଭଳି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି।
ହେଲେ ମାହି ଯେଉଁ ଉତ୍ତର ଦେଇଛନ୍ତି, ତାହା ଶୁଣିଲେ, ଆପଣ ବି ଧୋନି ଜଣେ ସଚ୍ଚା ଭାରତୀୟ ବୋଲି କହିବାକୁ କେବେ ହେଲେ କୁଣ୍ଠାବୋଧ କରିବେ ନାହିଁ।
ଧୋନି କହିଛନ୍ତି, “ମୁଁ ଅଧିନାୟକ ପଦ ଛାଡ଼ିବା ପଛରେ କାହାର ଚାପ ନଥିଲା। ୨୦୧୭ ମସିହାରେ ଅଧିନାୟକ ପଦ ଛାଡ଼ିଥିଲି। କାରଣ ମୁଁ ଚାହୁଁଥିଲି ଯେ, ମୋ ପରେ ଯିଏ ବି ଅଧିନାୟକ ହେବ, ସେ ୨୦୧୯ ବିଶ୍ୱକପ୍‌ ପାଇଁ ନିଜକୁ ଟିମ୍‌ ସହ ଖାପ ଖୁଆଇବା ପାଇଁ ପର୍ଯ୍ୟାପ୍ତ ସମୟ ପାଇବ। ଯଦି ନୂଆ ଅଧିନାୟକଙ୍କୁ ଅଳ୍ପ ସମୟ ମିଳିଥାଆନ୍ତା, ତା’ହେଲେ ସେ କେବେହେଲେ ବିଶ୍ୱକପ୍‌ ପାଇଁ  ଏକ ଶକ୍ତିଶାଳୀ ଟିମ୍‌ ଗଠନ କରିପାରି ନଥାଆନ୍ତେ। ମୁଁ ଭାବୁଛି, ମୁଁ ଠିକଣା ସମୟରେ ହିଁ ଅଧିନାୟକ ପଦ ଛାଡ଼ିଛି।”
୨୦୧୪ ଡିସେମ୍ବର ମାସରେ ମେଲବର୍ଣ୍ଣ ଟେଷ୍ଟ୍‌ ମ୍ୟାଚ୍‌ ପରେ ଧୋନି ଟେଷ୍ଟ୍ କ୍ରିକେଟ୍‌ରୁ ସନ୍ୟାସ ନେଇଥିଲେ। ତେବେ ୨୦୦୭ରୁ ଦିନିକିଆ ଓ ଟି-୨୦ର ଅଧିନାୟକ ପଦ ସମ୍ଭାଳୁଥିବା ଧୋନି ୨୦୧୭ ଯାଏ ଏହି ପଦରେ ରହିଥିଲେ। କିନ୍ତୁ ୨୦୧୭ ଜାନୁଆରୀ ମାସରେ ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍‌ ପୂର୍ବରୁ ଅପ୍ରତ୍ୟାଶିତ ଭାବେ ଧୋନି ଅଧିନାୟକ ପଦ ଛାଡ଼ିଦେଇଥିଲେ।
ଧୋନିଙ୍କ ନେତୃତ୍ୱରେ ଭାରତ ପ୍ରଥମେ ୨୦୦୭ରେ ଟି-୨୦ ବିଶ୍ୱକପ୍‌, ୨୦୧୧ ଦିନିକିଆ ବିଶ୍ୱକପ୍‌ ଓ ୨୦୧୩ରେ ଚାମ୍ପିୟନସ୍  ଟ୍ରଫି ଜିତିଛି।
ଧୋନିଙ୍କ ଟିମ୍‌ ଇଣ୍ଡିଆ ୧୯୯ଟି ମ୍ୟାଚ୍‌ରୁ ୧୧୦ଟିରେ ବିଜୟୀ ହୋଇଥିବା ବେଳେ ୭୪ଟିରେ ପରାସ୍ତ ହୋଇଥିଲା।
ଧୋନି ଭାରତର ଏକମାତ୍ର ଅଧିନାୟକ ଯାହାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍‌ରେ ଦିନିକିଆ ଓ ଟି-୨୦ ସିରିଜ୍‌ ଜିତିବାର ରେକର୍ଡ କରିଛି।


from Odisha Reporter https://ift.tt/2NcUwTU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages