ସାତକୋଶିଆରୁ ଫେରିଯିବ ବାଘୁଣୀ ‘ସୁନ୍ଦରୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 13, 2018

ସାତକୋଶିଆରୁ ଫେରିଯିବ ବାଘୁଣୀ ‘ସୁନ୍ଦରୀ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଘ ସଂଖ୍ୟା ବୃଦ୍ଧି ପାଇଁ ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ‘ସୁନ୍ଦରୀ’ ଆସିଥିଲା ସାତକୋଶିଆ ଅଭୟାରଣ୍ୟ। ମାତ୍ର ଏଠାରେ ପହଞ୍ଚିବା ପରେ ‘ସୁନ୍ଦରୀ’ ହିଂସ୍ର ହୋଇପଡ଼ିଥିଲା। ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଗ୍ରାମରେ ସେ ପଶି ଶିକାର କରୁଥିବା ଅଭିଯୋଗ ହେଉଥିଲା।
ଗତକାଲି ଜଣେ ମହିଳାଙ୍କୁ ‘ସୁନ୍ଦରୀ’ ଟାଣି ନେଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରେ ନିଆଁ ଜଳିଥିଲା। ଶେଷରେ କିଛି ଉପାୟ ନପାଇ ଗାଁ ଲୋକଙ୍କ ଦାବିକୁ ଜିଲ୍ଲା ପ୍ରଶାସନ ମାନି ନେଇଛି। ‘ସୁନ୍ଦରୀ’କୁ ସ୍ଥାନାନ୍ତର କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।
ସାତକୋଶିଆରେ ଛଡ଼ା ଯାଇଥିବା ବାଘୁଣୀ ‘ସୁନ୍ଦରୀ’ ଜଣେ ମହିଳାଙ୍କୁ ମାରି ଖାଇ ଦେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଥିଲା। ସେହି ନିଆଁ ଗତକାଲି ରାତିରୁ ଆଜି ଯାଏ ଜଳୁଛି। ମୃତଦେହକୁ ରଖି ଗାଁ ଲୋକେ ଅନୁଗୋଳ-ଟିକରପଡ଼ା ରାସ୍ତା ଅବରୋଧ କରିଥିଲେ।
ବାଘୁଣୀ ‘ସୁନ୍ଦରୀ’କୁ  ସ୍ଥାନାନ୍ତର କରିବା ପାଇଁ ସେମାନେ ଦାବି କରିଥିଲେ। ଏହାଛଡ଼ା ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟ ଗାଁ ଲୋକେ ପ୍ରଶାସନ ନିକଟରେ ଦାବି ରଖିଥିଲେ।
ଅନୁଗୋଳ ଏସ୍‌ପି ଓ ଉପଜିଲ୍ଲାପାଳ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ମାତ୍ର ଦାବି ପୂରଣ ନହେଲେ ରାସ୍ତାରୋକରୁ ହଟିବେ ନାହିଁ ବୋଲି ଗାଁ ଲୋକ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଅନ୍ୟପକ୍ଷରେ ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା ସମିତି ପକ୍ଷରୁ ସ୍ଥାନୀୟ ଡିଏଫ୍ଓଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ ହୋଇଛି।
‘ସୁନ୍ଦରୀ’କୁ ସ୍ଥାନାନ୍ତର, ମୃତ ମହିଳାଙ୍କ ଦାହସଂସ୍କାର ପାଇଁ ୬୦ ହଜାର ଟଙ୍କା, କ୍ଷତିପୂରଣ ବାବଦକୁ ୪ ଲକ୍ଷ ଟଙ୍କା ଓ ମୃତକଙ୍କ ପରିବାରରୁ ଜଣଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ। ଫଳରେ ଗତ ଦୁଇ ଦିନ ଧରି ଲାଗିରହିଥିବା ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।
ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି-“ସାତକୋଶିଆକୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’ ଫେରିଯିବ। ‘ସୁନ୍ଦରୀ’କୁ ୧୫ ତାରିଖ ସୁଦ୍ଧା ମଧ୍ୟପ୍ରଦେଶର ବାନ୍ଧବଗଡ଼ ଜଙ୍ଗଲକୁ ସ୍ଥାନାନ୍ତର କରାଯିବ। ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ବାନ୍ଧବଗଡ଼ ଓ ଡେରାଡୁନ୍‌ରୁ ୨ଟି ଟିମ୍‌ ଆସିବେ।”


from Odisha Reporter https://ift.tt/2xbDdbX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages