ସର୍କିଟ୍ ହାଉସକୁ ରଙ୍ଗଶାଳା କରିଛନ୍ତି ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

ସର୍କିଟ୍ ହାଉସକୁ ରଙ୍ଗଶାଳା କରିଛନ୍ତି ନେତା

ଅନେକ ସମୟରେ ଏହି ସର୍କିଟ୍ ହାଉସରେ ରହି ବିଳମ୍ବିତ ରାତିରେ କୁଆଡ଼େ ନେତାଜଣକ ଅନ୍ଧାରୀବିଜେ କରି ଭୋର୍‌ ସମୟରେ ପୁଣିଥରେ ସର୍କିଟ୍‌ ହାଉସକୁ ଫେରି ଆସନ୍ତି। ଅବଶ୍ୟ ନେତାଙ୍କ ଏଭଳି ରାତ୍ରୀବିହାର ଲାଳସା ସମ୍ପର୍କରେ ତାଙ୍କର ବ୍ୟକ୍ତିଗତ କର୍ମଚାରୀମାନେ ଅବଗତ ଅଛନ୍ତି। 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କମିଶନରେଟ୍ ପୁଲିସ୍ ଅଧୀନରେ ଥିବା ଏକ ସରକାରୀ ସର୍କିଟ୍ ହାଉସ୍‌କୁ ବିଜେଡିର ଜଣେ ବରିଷ୍ଠ ନେତା କୁଆଡ଼େ ‘ରଙ୍ଗଶାଳା’ ଭାବେ ଉପଯୋଗ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।

ଶୁଣିବାକୁ ମିଳୁଛି, ଦୀର୍ଘବର୍ଷ ଧରି ଏହି ସର୍କିଟ୍ ହାଉସ୍ ଦାୟିତ୍ୱରେ ଥିବା ଜଣେ କର୍ମଚାରୀଙ୍କୁ ପ୍ରଭାବିତ କରି ଏହି ବରିଷ୍ଠ ନେତାଜଣକ କୁଆଡ଼େ ସେଠାରେ  ନିଜର ବିଳାସୀ ପିପାସାକୁ ମେଣ୍ଟାଉଛନ୍ତି। କେବଳ ସେ  ନୁହନ୍ତି, ତାଙ୍କ ସମସାମୟିକ ବିଜେଡି ନେତାଙ୍କୁ ମଧ୍ୟ ଏହି ସର୍କିଟ୍ ହାଉସରେ କୁଆଡ଼େ ସ୍ପେଶାଲ ଟ୍ରିଟ୍‌ମେଣ୍ଟ ଦେବାର ବ୍ୟବସ୍ଥା ବି ରହିଛି।

ଚର୍ଚ୍ଚା ହେଉଛି, ବିଜେଡିର ଏହି ନେତାଜଣକ ରାଜଧାନୀ ଭୁବନେଶ୍ୱରରେ ଏକ ବିରାଟ ସରକାରୀ ବାସଭବନରେ ରହୁଥିଲେ ମଧ୍ୟ ପ୍ରତିମାସରେ ୨/୪ଥର ଉକ୍ତ ସର୍କିଟ୍ ହାଉସରେ ରାତି ବିତାଇବାକୁ କୁଆଡ଼େ ଅଧିକ ଆଗ୍ରହ ଦେଖାଇଥାନ୍ତି। ଏପରିକି ଅନେକ ସମୟରେ ସେହି ସର୍କିଟ୍ ହାଉସରେ ନେତାଜଣଙ୍କ ସହ କୁଆଡ଼େ ତାଙ୍କ ଅଞ୍ଚଳର କିଛି ମହିଳାଙ୍କୁ ମଧ୍ୟ ଦେଖିବାକୁ ମିଳିଥାଏ।

ଅନେକ ସମୟରେ ଏହି ସର୍କିଟ୍ ହାଉସରେ ରହି ବିଳମ୍ବିତ ରାତିରେ କୁଆଡ଼େ ନେତାଜଣକ ଅନ୍ଧାରୀବିଜେ କରି ଭୋର୍‌ ସମୟରେ ପୁଣିଥରେ ସର୍କିଟ୍‌ ହାଉସକୁ ଫେରି ଆସନ୍ତି। ଅବଶ୍ୟ ନେତାଙ୍କ ଏଭଳି ରାତ୍ରୀବିହାର ଲାଳସା ସମ୍ପର୍କରେ ତାଙ୍କର ବ୍ୟକ୍ତିଗତ କର୍ମଚାରୀମାନେ ଅବଗତ ଅଛନ୍ତି।

ଗତ ଦୁଇଦିନ ତଳେ ମଧ୍ୟ ନେତାଜଣକ କୁଆଡ଼େ ଭୁବନେଶ୍ୱର ବାସଭବନ ଛାଡ଼ି ଏହି ସର୍କିଟ୍‌ ହାଉସରେ କିଛି ସମୟ ବିତାଇ ସେହି ସହରର ଜଣେ ଯନ୍ତ୍ରୀଙ୍କ ଘରକୁ ଅନ୍ଧାରୀ ବିଜେ କରିଥିଲେ। କେବଳ ସେତିକି ନୁହେଁ ନେତାଜଣକ କୁଆଡ଼େ ନିଜ ଅଞ୍ଚଳରେ ଥିବା ସର୍କିଟ୍‌ ହାଉସରେ ମଧ୍ୟ ଏଭଳି କାରବାର କରିଥାନ୍ତି।

ଏହି ନେତାଜଣକ କୁଆଡ଼େ ନିଜର ୩/୪ଜଣ ଖାସ୍‌ ବନ୍ଧୁଙ୍କୁ (ବିଜେଡିର ବରିଷ୍ଠ ନେତା) କୁଆଡ଼େ ଏହି ସର୍କିଟ୍ ହାଉସରେ ସୁରା-ସାକିରେ ଆପ୍ୟାୟିତ କରିବାକୁ ପଛାନ୍ତି ନାହିଁ। ନେତାଙ୍କ ରାତ୍ରି ରଙ୍ଗୀନ କରିବାର ଦାୟିତ୍ୱ କୁଆଡ଼େ ତାଙ୍କର କିଛି ନିର୍ଦ୍ଦିଷ୍ଟ ଅନୁଗତ ନେଇଛନ୍ତି। ଏପରିକି ଟିଟୋ ଲିଙ୍କରେ ନିକଟରେ ଗିରଫ ହୋଇଥିବା ଜଣେ ଯୁବ ବ୍ୟବସାୟୀ କୁଆଡ଼େ ଏହି ନେତାଙ୍କ ପାଇଁ ଖାସ୍ ସେବାର ଆୟୋଜନ କରାଉଥିଲେ।

ଗତ ଦୁଇଦିନ ତଳେ ମଧ୍ୟ ନେତାଜଣକ କୁଆଡ଼େ ଭୁବନେଶ୍ୱର ବାସଭବନ ଛାଡ଼ି ଏହି ସର୍କିଟ୍‌ ହାଉସରେ କିଛି ସମୟ ବିତାଇ ସେହି ସହରର ଜଣେ ଯନ୍ତ୍ରୀଙ୍କ ଘରକୁ ଅନ୍ଧାରୀ ବିଜେ କରିଥିଲେ। କେବଳ ସେତିକି ନୁହେଁ ନେତାଜଣକ କୁଆଡ଼େ ନିଜ ଅଞ୍ଚଳରେ ଥିବା ସର୍କିଟ୍‌ ହାଉସରେ ମଧ୍ୟ ଏଭଳି କାରବାର କରିଥାନ୍ତି।

ଚର୍ଚ୍ଚା ହେଉଛି, ବିଜେଡିର ନେତୃତ୍ୱ କିମ୍ବା ସରକାର ଯଦି ଆନ୍ତରିକତା ଦେଖାନ୍ତେ, ତା’ହେଲେ ତାଙ୍କୁ ଦେଇଥିବା ପିଏସ୍‌ଓ ଓ ଡ୍ରାଇଭରଙ୍କ ମାଧ୍ୟମରେ ସମ୍ପୃକ୍ତ ନେତା ଓ ତାଙ୍କ ସହଯୋଗୀମାନଙ୍କ ଏଭଳି ରଙ୍ଗିନ୍‌ କାରବାରକୁ ପଦାରେ ପକାଇ ପାରନ୍ତେ।

from Odisha Reporter https://ift.tt/2x6V2Id

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages